ମାହାଙ୍ଗାର ଗୌଡୁପଡ଼ାରେ ଗଣକବିଙ୍କ ୧୪୧ ତମ ଜୟନ୍ତୀ ଓ ପ୍ରତିଭା ସମ୍ମାନ ସମାରୋହ

ମାହାଙ୍ଗା, ୨୧/୧୧/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣିଙ୍କ ୧ ୪ ୧ ତମ ଜନ୍ମ ଜୟନ୍ତୀ ଚାହାପଡା ପଞ୍ଚାୟତ ଗୌଡ଼ପଡା ଠାରେ ଅନୁଷ୍ଠିତ ହୋଇଯାଇଛି ।  ଆଖଣ୍ଡଳମଣି ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ବିଶିଷ୍ଟ ନାଟ୍ୟକାର ମନୋଜ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ ।  ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ  ।   ମୁଖ୍ୟବକ୍ତା ଭାବେ ପାଣି ସାହିତ୍ୟର ଯଶସ୍ବୀ ଗବେଷକ ଡକ୍ଟର ଅଜିତ ମହାପାତ୍ର ଯୋଗଦେଇଥିଲେ ।  କାର୍ୟ୍ୟକ୍ରମରେ ଯୁବ ସଂଗଠକ ତଥା କଂଗ୍ରେସ ନେତା ପ୍ରଦୀପ୍ତ କୁମାର ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ  ।  ଯୁବ ସମାଜସେବୀ ମାସୁଦ ଅଲ୍ଲୀ, ପ୍ରାଧ୍ୟାପକ କାର୍ତ୍ତିକ ଚନ୍ଦ୍ର ବରାଳ, ସମାଜସେବୀ ଶ୍ୟାମ ସୁନ୍ଦର ସ୍ୱାଇଁ ପ୍ରମୁଖ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଗଣକବିଙ୍କ ସାହିତ୍ୟର ମୂଲ୍ୟାୟନ କରିଥିଲେ ।  ଚଳିତ ବର୍ଷର ମର୍ୟ୍ୟାଦାଜନକ ଗଣକବି ସମ୍ମାନରେ ସଂଗୀତ ନିର୍ଦ୍ଦେଶକ ମିହିର ମହାନ୍ତି ଏବଂ ସାହିତ୍ୟିକ ଅଜିତ କୁମାର ମହାପାତ୍ର ଏବଂ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା ।   ସେହିପରି ମାହାଙ୍ଗା ଗୌରବ ସମ୍ମାନରେ ପ୍ରଫେସର ଡାକ୍ତର ସୂର୍ୟ୍ୟ ପ୍ରକାଶ ଚୌଧୁରୀ ଓ କଣ୍ଠଶିଳ୍ପୀ ନମିତା ନାୟକଙ୍କୁ ପ୍ରଦାନ କରାଯାଇଥିଲା  ।  ମାହାଙ୍ଗା ପ୍ରତିଭା ସମ୍ମାନ ମହିଳା କ୍ରିକେଟ ଖେଳାଳି ଦମୟନ୍ତୀ ଜେନା ଏବଂ ଗାୟତ୍ରୀ ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ଗଣକବି ବୈଷ୍ଣବ ପାଣିଙ୍କ ଦ୍ୱାରା ରଚିତ ଗୀତିନାଟ୍ୟ ଦୁଇ ସଙ୍ଗାତ ଓ କର୍ଣ୍ଣାର୍ଜୁନ ମଞ୍ଚସ୍ଥ ହୋଇଥିଲା ।

Leave a Reply

Your email address will not be published. Required fields are marked *