ଝିମିଟି ଖେଳରୁ ମହାଭାରତ: ଆକ୍ରମଣରେ ବୃଦ୍ଧ ଗୁରୁତର, ଦୁଇ ଗିରଫ ଜଣେ ଫେରାର

ନିରାକାରପୁର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ବାଲିଗାଁ ଗ୍ରାମରେ ଗତ ଦୁଇ ଦିନ ତଳେ ଉକ୍ତ ଗ୍ରାମର ବବୁଲ ସୁବୁଦ୍ଧି ଓ କିଛି ପିଲା ଗିଲି ଦଣ୍ଡା ଖେକୁଥିବାବେଲେ ଗ୍ରାମର ବୃଦ୍ଧ ପର୍ଶୁରାମ ପରିଡ଼ାଙ୍କ ଗୋଡ଼ରେ ବାଜିଥିଲା। ଉକ୍ତ କଥାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ଘଟଣାକୁ କେନ୍ଦ୍ର କରି ବବୁଲ  ପରିବାରର ଟିକିଲି ସୁବୁଦ୍ଧି ଓ ବୁବୁନା ସୁବୁଦ୍ଧି ମିଶି ପର୍ଶୁରାମଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ପର୍ଶୁରାମ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଆଜି ମାମଲାରେ  ଟିକିଲି ସୁବୁଦ୍ଧି ଓ ବୁବୁନା ସୁବୁଦ୍ଧି ଗିରଫ କରି କୋର୍ଟ ଚାଲାଣ କରିଥିବବେଳେ ବବୁଲ ଫେରାର ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *