୩ କୋଟିରୁ ଅଧିକ ଆର୍ଥିକ ହେରଫେର ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ୨ ଗିରଫ

କଟକ ୧୩/୦୮/୨୦୨୬ (ଓଡ଼ିଶା ସମାଚାର)- ତିନି କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଗତସିଂହପୁର ଜିଲାର ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭଂଜ କିଶୋର ବେହେରା ଏବଂ ପ୍ରଦୀପ୍ତ କୁମାର ମଲ୍ଲିକ । ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜଗତସିଂହପୁର ଜିଲାରେ ସରକାରୀଙ୍କ ସହିତ ଜଡିତ ଏକ ବଡ଼ ଆର୍ଥିକ ଠକେଇ ମାମଲାରେ ଚଢ଼ାଉ କରି ନୂଆଗାଁ ତହସିଲ ଅଧୀନ ତିର୍ତୋଲ ବ୍ଲକର ଅବସରପ୍ରାପ୍ତ ଏସଆରଏ ତଥା ନୂଆଗାଁ ତହସିଲର ଏସ୍ଆରଏ ଭଞ୍ଜ କିଶୋର ବେହେରା ଏବଂ ତିର୍ତୋଲଲ ବ୍ଲକର ଅବସରପ୍ରାପ୍ତ ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ସରକାରୀ ପ୍ଧଚ୍ଚ୍ଠିରୁ ୩କୋଟି ୨ଲକ୍ଷ ୯୫ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରାଯାଇଛି ।

ପ୍ରଦୀପ୍ତ କୁମାର ମଲ୍ଲିକ
ଭଞ୍ଜ କିଶୋର ବେହେରା

୨୦୧୧- ୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବ୍ୟାପକ ତଦନ୍ତ ସମୟରେ ତିର୍ତୋଲ ବ୍ଲକ କାର୍ଯ୍ୟାଳୟର ପୂର୍ବତନ ଏସ୍ଆରଏ ଭଞ୍ଜ କିଶୋର ବେହେରା, ପୂର୍ବତନ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ ଏବଂ ପୂର୍ବତନ ଏଇଇ ସ୍ୱର୍ଗତ ରାଜଦୀପ ହାଂସଦାଙ୍କ ଦ୍ୱାରା ଏକ ରୀତିମତ ଭାବରେ ସମ୍ପାଦିତ ଆର୍ଥିକ ଠକେଇ ନେଇ ଜାଣିବାକୁ ପାଇଛି । ତିନି ଅଭିଯୁକ୍ତ ଅଧିକାରୀ ସରକାରୀ ଦରମା ରେଜିଷ୍ଟର ଏବଂ ବଂଟନ ଡକ୍ୟୁମେଂଟ ଗୁଡ଼ିକୁ ଜାଲିଆତି ଏବଂ ହେରଫେର କରି ଅର୍ଥ ହେରଫେର କରିଥିବା ଜଣାପଡିଛି । ସେମାନେ ମଞ୍ଜୁର ବଜେଟ୍ ଆବଂଟନଠାରୁ ଅଧିକ ବୃଦ୍ଧିପାଇ ଏବଂ ଜାଲିଆତି କରି ଦରମା ବିଲ୍ ପ୍ରସ୍ତୁତ କରି ଦାଖଲ କରିଥିଲେ ଏବଂ ଆତ୍ମସାତ ହୋଇଥିବା ଅର୍ଥକୁ ସିଧାସଳଖ ବ୍ୟକ୍ତିଗତ ସଂଚୟ ବ୍ୟାଙ୍କ ଆକାଉଂଟକୁ ସ୍ଥାନାନ୍ତର କରିଥିଲେ । ଏ ସମ୍ପର୍କରେ ଓଡ଼ିଶା ଭିଜିଲାନ୍ସ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ଶ୍ରୀ ବେହେରା ଏବଂ ଶ୍ରୀ ମଲ୍ଲିକଙ୍କୁ ଆଜି କଟକସ୍ଥିତ ଭିଜିଲାନ୍ସଙ୍କ କୋର୍ଟକୁ ପଠାଇଛି । ମାମଲାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *