ବାଜି ରାଉତ କଲେଜ ତରଫରୁ କୌଶଳ ରଥ କୁ  ସ୍ବାଗତ 

ଭୁବନ ୨୦/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ତରଫରୁ କୌଶଳ ରଥ କୁ ଭବ୍ୟ ସ୍ଵାଗତ କରାଯାଇଥିଲା । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା କୌଶଳ ରଥ ସହ ଜିଲ୍ଲା ନିଯୁକ୍ତି ଅଧିକାରିଣୀ କେ. ରୋଜା ଙ୍କୁ  ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ସାଧାରଣ ଜ୍ଞାନ ପରୀକ୍ଷାରେ ସତ୍ୟରଞ୍ଜନ ବରାଳ, ପ୍ରଥମ, ଆଦିତ୍ୟ ପ୍ରସାଦ ସିଂହ, ଦ୍ୱିତୀୟ,ଓ ରତ୍ନପ୍ରଭା ସାହୁ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମହାରଣା, ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ, ଅଧ୍ୟାପକ ବାସୁଦେବ ସାହୁ, ଅଧ୍ୟାପକ ଅନିଲ କୁମାର ଧୀର,ଅଧ୍ୟାପକ ପ୍ରଭାତ କୁମାର ଜେନା, ଅଧ୍ୟାପକ କରୁଣା କର ରାଉଳ, ଅଧ୍ୟାପକ ହେମନ୍ତ ରାଉତ, ଅଧ୍ୟାପକ ବିକାଶ ସେଠୀ, ଅଧ୍ୟାପକ ସୁକାନ୍ତ ସାହୁ, ଅଧ୍ୟାପକ, ଡ଼ଃ ସତ୍ୟନାରାୟଣ ଦାସ, ଡ଼ଃ ହରେକୃଷ୍ଣ ପଣ୍ଡା, ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର, ମୂଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ନିଯୁକ୍ତି ଅଧିକାରିଣୀ ଉଚ୍ଚ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *