ଲାଂଚ ନେଇ କୃଷି ଅଧିକାରୀ ଗିରଫ

                                  ଆୟ ବହିର୍ଭୂତ ସମ୍ପତିି ଖୋଜୁଛି ଭିଜିଲାନ୍ସ
କଟକ,୧୩/୦୮/୨୦୨୬ (ଓଡ଼ିଶା ସମାଚାର)- ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫହେଲେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର । ୫୦ ପ୍ରତିଶତ ସବସିଡି ଟଙ୍କାଛାଡ଼ିବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଂଚ ନେଉଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଶ୍ରିତ କୃଷି ପ୍ରଣାଳୀ ଅଧୀନରେ ଥିବା ଫାଇଲ୍ ପ୍ରୋସେସ୍ କରିବା ଏବଂ୫୦ ପ୍ରତିଶତ ସବସିଡି ଟଙ୍କା ଛାଡ଼ିବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଂଚ ଦାବିକରି ନେଉଥିବା ସମୟରେ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।

ଗତ ଦୁଇ ମାସ ଧରି ହିତାଧିକାରୀଙ୍କ ନିବେଦନ ସତ୍ୱେ କାମ ନକରି ଅଗ୍ରୀମ ୧୫ ହଜାର ଟଙ୍କା ସହ ପରବର୍ତୀ ସମୟରେ କମିଶନ୍ ମାଗୁଥିବାରୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଚଢ଼ାଉ ବେଳେ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇଥିବା ବେଳେ ଆୟ ବହିର୍ଭୂତ ସମ୍ପତିି ଠାବ ପାଇଁ ମିଶ୍ରଙ୍କ ୩ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ ।

Leave a Reply

Your email address will not be published. Required fields are marked *