ଭୁବନ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ  ପାଳିତ 

ଭୁବନ,୦୫/୦୪/୨୦୨୫ (ଓଡ଼ିଶା ସମାଚାର)- ପିଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ କ୍ରୀଡା ଉତ୍ସବ କୁ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଆୟୁଷୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶରୀର ସୁସ୍ଥ ଓ ମନ ସୁସ୍ଥ ରହିଲେ ପାଠ ପଢ଼ାରେ ଆଗ୍ରହ ଆସିବ ।

ତେଣୁ ଛାତ୍ରଛାତ୍ରୀ ଙ୍କ ଜୀବନରେ ଶିକ୍ଷା ସହିତ କ୍ରୀଡା ନିତ୍ୟାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ସୁଶ୍ରୀ ଆୟୁଷି ମହାପାତ୍ର ମତବ୍ୟକ୍ତ କହିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ରୁଦ୍ରନାରାୟଣ ସାମଲ ଅଧ୍ୟକ୍ଷତା କରି ସମସ୍ତଙ୍କୁ ଖେଳ ରେ ସକ୍ରୀୟ ଭାଗନେବା ପାଇଁ ପ୍ରେରିତ କରିଥିଲେ ।

କ୍ରୀଡା ଶିକ୍ଷକ ସାଗର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ଗଣେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଲୁମିନା କମିଟି ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି, ବସନ୍ତ ପୋଥାଳ ,ଅନାମ ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଦାର କୁମାର ଦାସ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,କର୍ମଚାରୀ, ଆଲୁମିନା କମିଟି ଓ ପରିଚାଳନା କମିଟି ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ ଏବଂ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *