ଜିଲ୍ଲା ଆଇନ୍ ସେବା ପକ୍ଷରୁ ସଚେତନତା ସଭା।

ଯାଜପୁର ୧୦/୦୮/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ରସୁଲପୁର ବ୍ଲକ୍ ଅନ୍ତର୍ଗତ ଉପେନ୍ଦ୍ର ନାଥ ଶାରଦା ମହାବିଦ୍ୟାଳୟ ଖଇରାବାଦ ମୁଗୁପାଳ ପରସରରେ ଆଇନ୍ ସଚେତନତା ସଭା ପ୍ରାଧିକରଣ ସଚୀବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ଶ୍ରୀମତୀ ମହାନ୍ତି ପ୍ରାଧିକରଣ ରୂପରେଖ ତାର କାର୍ଯ୍ୟ ପରିସର ଓ କେଉଁମାନେ ତାର ଉପଭୋକ୍ତା ତାହା କହିବା ସହ ମହାବିଦ୍ୟାଳୟର  ଶକ୍ତିଶ୍ରୀ  ମାସିକ ସଚେତନତା କାର୍ଯ୍ୟକ୍ରମର ବିଷୟ ବିଶାରଦ ଭାବେ ଭାରତୀୟ ନ୍ୟାୟ ସଂହିତା, ଶିଶୁ ଯୌନ ଅପରାଧ ସୁରକ୍ଷା, କାର୍ଯ୍ୟ ସ୍ଥଳରେ ମହିଳାଙ୍କ ଉତ୍ପୀଡ଼ନ ପ୍ରତିଷେଧ ନିୟମ ସହିତ ରାଗିଙ୍ଗ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଅତିଥି ଆଲୋଚକ ଭାବେ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ. ରୁଦ୍ରନାରାୟଣ ପୃଷ୍ଟି ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ବିକଶିତ କୃତ୍ରିମ ବୁଦ୍ଧିମତା ଆଧାରିତ ପୋର୍ଟାଲ୍ ସୁପ୍ରିମ୍ କୋର୍ଟ ବିଧିକ ଅନୁବାଦ ପୋର୍ଟାଲ୍ ସହାୟତାରେ ଆଇନ୍ ଦଲିଲ୍ ବିବିଧ ଫର୍ମ ଖୋଜି ପାଇବା ସହ ରାୟ ଇତ୍ୟାଦି କିପରି ୨୨ଟି ଆଞ୍ଚଳିକ ଭାଷାରେ ଅନୁବାଦ ଆକାରରେ ମିଳିପାରୁଛି ଏବଂ ନ୍ୟାୟର ଗତି ବୃଦ୍ଧି, ଭାଷା ବାଧା ହଟିବା, ସ୍ବଛ୍ଥ ନ୍ୟାୟିକ ବ୍ୟବସ୍ଥା ସହଜ ଲଭ୍ଯ ହେଉଛି ତା ସହ ଯୌତୁକ ଜନିତ ୧୩୨ ଓ ୧୩୩ କ୍ରିମନାଲ୍ ଅପିଲ୍ ୨୦୧୭ କୁ ନେଇ ସୁପ୍ରିମକୋର୍ଟ ଙ୍କ ଉଲ୍ଲେଖନୀୟ ରାୟ ସମ୍ଵନ୍ଧରେ ଆଲୋଚନା କରିଥିଲେ।

ଅତିଥି ଭାବେ ଅଧ୍ୟାପିକା ଡ. କାନ୍ତିବାଳା ପଣ୍ଡା, ଅଧ୍ୟାପିକା ମମତା ବୋଇତାଇ ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟସ୍ଥଳ ବିଶ୍ଳେଷଣ, ଆଭ୍ୟନ୍ତରୀଣ ଅଭିଯୋଗ ନିରାକରଣ କମିଟି ଗଠନ ପ୍ରକିୟା, ନିର୍ଯ୍ୟାତନା ର ପ୍ରକାରଭେଦ ସହିତ ଶିକ୍ଷାୟତନରେ କିପରି ଶିକ୍ଷଣୀୟ ବାତାବରଣ ରହିବ, କେହି ଉତ୍ପୀଡ଼ନ ଶିକାର ହେବେ ନାହିଁ। ଏପରି ଅବସ୍ଥା ଉପୁଜିଲେ ପରିଣତି କଣ ହେବ ସେ ସଂପର୍କ ରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମିଲନ୍ କିଶୋର ଜେନା ସଞ୍ଚାଳନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ ଚିତ୍ତରଞ୍ଜନ ଧଳ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିବାବେଳେ ଅଧ୍ୟାପକ ସୁରେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ମହାବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *