ନିଶ୍ଚିନ୍ତକୋଇଲି,୨୭/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ଅସୁରେଶ୍ୱର ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନଜୀଉ ଙ୍କ ଚନ୍ଦନ ପୋଖରୀରୁ ଜନୈକ ଯୁବକ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାଇ ରବିବାର ଉକ୍ତ ପୋଖରୀରେ ଏକ ଶବ ଭାଷୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ, ନିଶ୍ଚିନ୍ତକୋଇଲି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରିବାପରେ ଯୁବକର ପରିଚୟ ଜଣାପଡିଥିଲା ।
ମୃତ ଯୁବକ ପୂବଂଶ ଗ୍ରାମର ରଘୁନାଥ ପଣ୍ଡା ଙ୍କ ପୁତ୍ର ତ୍ରିଲୋଚନ ବୋଲି ଜଣାପଡିଛି । ପୋଲିସ ଶବ କୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି । ସୂଚନା ମୁତାବକ ମୃତ ଯୁବକ ରଘୁନାଥ ଜୀଉଙ୍କ ରାମଲୀଳା ରେ ଶ୍ରୀ ରାମ ଭୂମିକା ରେ ଅବତୀର୍ଣ୍ଣ ହେଉଥିଲେ । ଏହି ମୃତ୍ୟୁ ଘଟଣା କୁ ପରିବାର ଲୋକେ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରଛନ୍ତି । ନିଶ୍ଚିନ୍ତକୋଇଲି ପୋଲିସ ଘଟଣାର ତଦନ୍ତ କରୁଛି ।
