ମାହାଙ୍ଗା ୧୦/୦୮/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )ମାହାଙ୍ଗା ତହସିଲ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତ ଅଧୀନ ଜଳେଶ୍ୱରପୁର ଡଗରା ସାହି ଗ୍ରାମର ବ୍ରଜବନ୍ଧୁ ଖଟୁଆ (୬୨ବର୍ଷ )ଆଜି ଅପରାହ୍ନରେ ନିଜ ବିଲରେ ଚାଷ ପାଇଁ ତଳି ଉପାଡୁ ଥିବା ସମୟରେ ବଜ୍ରାଘାତରେ ଗୁରୁତର ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ l
ଖବର ପାଇ ପରିବାର ଲୋକେ ବ୍ରଜବନ୍ଧୁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତତକ୍ଷଣାତ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ l ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ସ୍ବର୍ଗତ ଖଟୁଆ ଜଣେ ଗରୀବ ଚାଷୀ ଅଟନ୍ତି l କଲ୍ୟାଣପୁର ଗାନ୍ଧୀ ଛକରେ ସେ ଏକ ପାନ ଦୋକାନ କରି ଚଳୁଥିଲେ l ବ୍ରଜ ଜଣେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇ ଥିବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି l
