ବାପା ର ଭୁଜାଲି ମାଡ଼ରେ ପୁଅର ମୃତ୍ୟୁ

ଭଦ୍ରକ,୦୧/୦୫/୨୦୨୪ (ଓଡ଼ିଶା ସମାଚାର)- ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ପୁଅ ଖାଉଥିବା ସମୟରେ ସାମାନ୍ୟ ବଚସାରୁ ଉତ୍ତ୍ୟକ୍ତ ହୋଇ ବାପା ପୁଅକୁ ଭୁଜାଲିରେ ଆକ୍ରମଣ କରିଥିଲା। ଭୁଜାଲି ମାଡ଼ରେ ଘଟଣାସ୍ଥଳରେ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ମଧ୍ୟ ଗୁରୁତର ଆହତ ହୋଇ ସ୍ଥାନୀୟ ହସପିଟାଲ ରେ ଭର୍ତି ହୋଇଥିଲେ । ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *