ଯାଜପୁର, ୨୯/୬/୨୦୨୪ (ଓଡ଼ିଶା ସମାଚାର)- ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ ଜିଲା ସଦର ମହକୁମା ସମେତ ବିଭିନ୍ନ ବ୍ଳକରେ ଅନୁଷ୍ଠିତ ହେବାପାଇଁ କାର୍ଯ୍ୟକ୍ରମ ସ୍ଥିିରିକୃତ ହୋଇଅଛି । ସ୍ଥିରିକୃତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ମାସ ୦୧ ତାରିଖ ସୋମବାର ରସୁଲପୁର ବ୍ଳକ ଠାରେ, ୦୮ ତାରିଖ ସୋମବାର ଦାନଗଦୀ ବ୍ଳକ ଠାରେ, ୧୬ ତାରିଖ ମଙ୍ଗଳବାର ବରୀ ବ୍ଳକ ଠାରେ, ୨୨ ତାରିଖ ସୋମବାର ବିଂଝାରପୁର ବ୍ଳକ ଠାରେ, ୨୯ ତାରିଖ ସୋମବାର ସୁକିନ୍ଦା ବ୍ଳ୍କ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଗୁଣାଣି ଗୁଡିକରେ ଜିଲାର ବି.ଡି.ଓ., ତହସିଲଦାର, ଜିଲାର ବିଭିନ୍ନ ଜିଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ମାନେ ଯୋଗ ଦେବାକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣ ନିର୍ଦ୍ଧେଶ ଦେଇଛନ୍ତି ।
୨୦୨୪ ଜୁଲାଇ ମାସର ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ ।
