କଟକ ସଦର, ୧୦/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକରେ ଆଜି ସୋମବାର ଦିନ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, କମିଶନରେଟ ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ, ଗ୍ରାମାଞ୍ଚଳ ଅତିରିକ୍ତ ଏସପି ମିନାକ୍ଷୀ ଠାକୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମାକାନ୍ତ ସାହୁ,
କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ,ସଦର ତହସିଲଦାର ଦେବଦତ୍ତ ପ୍ରଧାନ ଙ୍କ ସମେତ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ,ଜଳ ସମ୍ପଦ,ଜଳ ନିଷ୍କାସନ,ରାଜସ୍ୱ,ପଶୁ ସମ୍ପଦ ପ୍ରଭୃତି ବହୁ ଲାଇନ୍ ଡିପାର୍ଟମେଣ୍ଟ ର ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ଉପରେ ଅବଗତ ହୋଇଥିଲେ। ଏଥିରେ ୫୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ସୁପାରିଶ କରିଥିଲେ। ଶିଵିର ପରିଚାଳନାରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ, ବ୍ଲକ ସଂଵଳ ସଂଯୋଜକ ତେଜେସ୍କର ସିଂହ ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ।
କଟକ ସଦର ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର,୫୫ ଅଭିଯୋଗ ପଞ୍ଜିକୃତ
