ନିରାକାରପୁର,୧୧/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧାଜିଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଜଠାରେ ବେଗୁନିଆ ବ୍ଲକର ୨୪ନମ୍ବର ଜିଲାପରିଷଦ ଜୋନର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ହଜ ଗ୍ରାମର ବରିଷ୍ଠ କଂଗ୍ରେସ କର୍ମୀ ଝରିଆ ମାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକ ଗଁପୁର ଗ୍ରାମର ବରିଷ୍ଠ କଂଗ୍ରେସ
କର୍ମୀ ତଥା ବେଗୁନିଆ ବ୍ଲକ ନବନିର୍ମାଣ କୃଷକ ସଂଗଠନର ସଭାପତି ମଦନ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ପୂର୍ବତନ ମୂଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ,ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ସୁପୁତ୍ର ତଥା ରାଜ୍ୟ କଂଗ୍ରେସ ସଂପାଦକ ଶ୍ରୀ ପୃଥିବୀ ବଲ୍ଲଭ ପଟ୍ଟନାୟକ ମୂଖ୍ୟଅତିଥି,ସିକୋର ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ୍ବର ଛୋଟରାୟ ମୂଖ୍ୟବକ୍ତା,ହଜ ପଂଚାୟତର କଂଗ୍ରେସ ସଭାପତି ସର୍ବେଶ୍ବର ପଲାଇ,ଜିଲା କଂଗ୍ରେସର ଉପସଭାପତି ସର୍ବେଶ୍ବର ମାଝୀ,ସୁଷାନ୍ତ ଭୋଳ, କାର୍ତିକ ଜେନା,କୃଷ୍ଣ ଜେନା,ରବି ମହାପାତ୍ର, ବିଭୂତି ଗୁମାନସିଂହ,ବ୍ଲକ କଂଗ୍ରେସ କମିଟି ସଭାପତି କାଳଂଦି ମହାପାତ୍ର,ପବିତ୍ର ସାମନ୍ତରା ପ୍ରମୂଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଗାମୀ ନିର୍ବାଚନରେ କଂଗ୍ରେସଦଳକୁ କିଭଳି ବିପୁଳସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ମତ ପ୍ରକାଶ କରିଥିଲେ। ବିଭିନ୍ନ ଭତା, ରାସନ ଚାଉଳ,ଆବାସଘର ଯୋଜନା କଂଗ୍ରେସ ସରକାର କରିଥିବା ସହ ବିଭିନ୍ନ
ଜନହିତକାରକାର୍ଯ୍ୟ ସଂପର୍କରେ ମୂଖ୍ୟ ଅତିଥି ଅଭିଭାଷଣରେ ଉଲେଖ କରିଥିଲେ। ଦେଉଳି ପଂଚାୟତର ବରିଷ୍ଠ କଂଗ୍ରେସ କର୍ମୀ ମାନସ ବାହୁବଳେଦ୍ରଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଧାନସଭାର ଶେଷ ଅଧିବେଶନର ଶେଷ ଦିବସରେ ଆଉ ନିର୍ବାଚନ ନଲଢି କେବଳ କଂଗ୍ରେସ ଦଳ ପାଇଁ ସେବା କରିବି କହି ବିଧାନସଭା ଗୃହକୁ ମୁଣ୍ଡିଆମାରି ଗୃହରୁ ସବୁଦିନ ପାଇଁ ବିଦାୟ ହୋଇଥିବା ଜିଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ ଚଂଦ୍ର ରାଉତରାୟ ଙ୍କ ସହଯୋଗୀ ଜିଲା କଂଗ୍ରେସର ଉପସଭାପତି ହଜ ଅଂଚଳର ବରିଷ୍ଠ କଂଗ୍ରେସ କର୍ମୀ ସର୍ବେଶ୍ବର ମାଝୀ ମୁଁ ଓ ମୋ ପରିବାର କଂଗ୍ରେସରେ ଅଛୁ। ରହିଥିବୁ।କଂଗ୍ରେସ ଦଳ ପାଇଁ ସେବା କରୁଛୁ ଓ କରୁଥିବୁ କହି ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ। ଶେଷରେ ମୁକ୍ତାପୁର ଗ୍ରାମର ବରିଷ୍ଠ କଂଗ୍ରେସ କର୍ମୀ ଗୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ହଜ, ସିକୋ, ଶଗଡଭଂଗା, ବୋତଳମା, ଗଡମାଣତୀର, ଦେଉଳି,ହିରାପୁର ଓ ଗୋବିନ୍ଦପୁର ପଂଚାୟତ ଅଂଚଳର ଶତାଧିକକର୍ମୀ ଯୋଗ ଦେଇଥିଲେ।