ପାଳଦା ଗ୍ରାମ ହେଲା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ

ନିଶ୍ଚିନ୍ତକୋଇଲି, ୦୮/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଳଦା ପଞ୍ଚାୟତ ର ପାଳଦା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି । ଆଜି ପାଳଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଆଦର୍ଶ ଗ୍ରାମ ହେବାଦ୍ବାରା ବିବିଧ ସୁବିଧା ସୁଯୋଗ ଉପଲବ୍ଧ ହେବ ।  ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ବ୍ଲକ ମଙ୍ଗଳ ଅଧିକାରୀ ସିପ୍ରା ପ୍ରିୟଦର୍ଶିନୀ ବଳ, କନିଷ୍ଠ ଯନ୍ତ୍ରୀ ମାଧବୀମୟୀ ଜେନା ଓ ବିଜୟ କୁମାର ସେଠୀ ଯୋଗ ଦେଇଥିଲେ  । ପ୍ରାକ୍ତନ ସମିତି ସଭ୍ୟ ଭାଗବତ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ, ଭାଗବତ ମଲ୍ଲିକ, ମଣ୍ଡଳ ସଭାପତି ଅକ୍ଷୟ ମହାନ୍ତି,ବିଚିତ୍ରାନନ୍ଦ ଦାସ, ରବିଦାସ, ମୀନକେତନ ମହାନ୍ତି, ଶଶିକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *