ବସନ୍ତପୁର ଶିରିଡ଼ି ସାଇ ମନ୍ଦିର ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଗରଦପୁର,୨୫/୦୧/୨୦୨୫ (ଓଡ଼ିଶା ସମାଚାର)- -ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ସ୍ଥିତ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ର ପୂର୍ବତନ ସଭାପତି ନିଖିଲ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତି ରେ ସାଇ ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଭୁବନେଶ୍ୱରର କେୟାର ହସପିଟାଲ ସହଯୋଗରେ ଆୟାଜିତ ଏହି ସ୍ୱାସ୍ଥ୍ୟ ସେବା ଶିବିର ରେ ବିଭିନ୍ନ ବିଭାଗର ଡ଼ାକ୍ତର ଯୋଗଦେଇ ଶତାଧିକ ବ୍ୟକ୍ତିଙ୍କକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଯେତେବେଳେ ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ହୁଏ ସେତେବେଳେ ବ୍ୟକ୍ତି ଜଣକ ପ୍ରଥମେ ଡ଼ାକ୍ତରଙ୍କ ପାଖକୁ ଯାଏ । ପରେ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ଭଗବାନଙ୍କ ନିକଟରେ ଶରଣ ପସେ । ଏହି ଭାବଧାରାକୁ ଲକ୍ଷ ରଖି ସାଇ ମନ୍ଦିର ପରିସରରେ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଜ୍ଞ ଡ଼ାକ୍ତର ମାନଙ୍କ ଦ୍ୱାରା କରାଯାଇ ଆବଶ୍ୟକିୟ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଟ୍ରଷ୍ଟ ତରଫରୁ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ପ୍ରଦୀପ ସ୍ୱାଇଁ, ଚନ୍ଦ୍ର ଶେଖର ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ସମିତି ସଭ୍ୟ ବାସୁଦେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର, ରାଜ୍ୟ ମହିଳା କମିଶନର ପରାମର୍ଶଦାତା ଡ଼ ଟୁନା ସାହୁ, ଗୀତିକାର ଜ୍ଞାନବ୍ରତ ମହାନ୍ତି, ସତ୍ୟ ଶେଖର ପରିଡ଼ା ପ୍ରମୁଖ ଯୋଗଦେଇ ଟ୍ରଷ୍ଟ ର ଏପରି ମହତ ଉଦ୍ୟମକୁ ପ୍ରସଂଶା କରିଥିଲେ । ବିଧାୟକ ଶ୍ରୀ ମହାପାତ୍ର ଓ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହାରାଜ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱରୂପ ମହାନ୍ତି, ବିଭୁତି ବରାଳ, ସୁକାନ୍ତ ଦାସ, ରାମଚନ୍ଦ୍ର ଭଂଜ , ଚଣ୍ଡି ମହାନ୍ତି, କୌଶିକ ମହାନ୍ତି, ନଳିନୀ ମହାନ୍ତି, ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *