ଓଡିଶା ଡିଜିଟାଲ ମିଡିଆ ମହାସଂଘ ର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଓ ପଦାଧିକାରୀ ନିର୍ବାଚନ

ଭୁବନେଶ୍ୱର,୨୪/୦୩/୨୦୨୬(ଓଡ଼ିଶା ସମାଚାର)-ଓଡିଶା ଡିଜିଟାଲ ମିଡିଆ ମହାସଂଘ ର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆଜି ମଙ୍ଗଳବାର ଦିନ ବିଧାନସଭା ଗେଷ୍ଟ ହାଉସ୍ (ଓଲା) ଠାରେ ଆଵାହକ ମନୋଜ ସତପଥି ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାର ପଦାଧିକାରୀ ଓ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।

ଆଗାମୀ ଦିନରେ ଭୁବନେଶ୍ଵରରେ ମହାସଂଘର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ରାଜ୍ୟ କମିଟି ନିର୍ବାଚନ ଅନୁଷ୍ଠିତ ହୋଇ ଚେୟାରମ୍ୟାନ୍ ଭାବେ ଶୈଳେଶ କୁମାର ତିୱାରୀ, ୨ ଜଣ ଭାଇସ ଚେୟାରମ୍ୟାନ୍ ଦେବାଶିଷ ଶତପଥି ଓ ସୁବାସ କୁମାର ଗୁପ୍ତା, ସଭାପତି ମନୋଜ ସତପଥି, କାର୍ୟ୍ୟକାରୀ ସଭାପତି ସୂର୍ୟ୍ୟକାନ୍ତ ଖେଡୁଆଳ ସିଂହ, ୮ଜଣ ଉପସଭାପତି ବିଜୟାନନ୍ଦ ତ୍ରିପାଠି,ବିଷ୍ଣୁ ବେହେରା,ନିରଂଜନ ପାଣି, ପଦ୍ମନ୍ ଭତ୍ରା, ସିତାରା ବେଗମ୍ ,ସରୋଜକାନ୍ତ ଜେନା, ସତ୍ୟ ସ୍ୱରୂପ ମିଶ୍ର ଓ ଯୁଧିଷ୍ଠିର ପାତ୍ର , ୩ ଜଣ ସାଧାରଣ ସଂପାଦକ ଦୀପକ କୁମାର ସିଂହ, କବିରାଜ ପାତ୍ର ଓ ପ୍ରଭାସ ଜ୍ୟୋତି ମହାନ୍ତି, ସଂଗଠନ ସଂପାଦକ ଗୌରାଙ୍ଗ ଚରଣ ମହି, ୮ ଜଣ ସମ୍ପାଦକ ଆଲୋକ ଚନ୍ଦ୍ର ବାରିକ୍, ନିରାକାର ଗୋପାଳ,ପ୍ରଫୁଲ କୁମାର ସାହୁ,ରୁଦ୍ର ମୋହନ ସାହୁ, ସୁଶାନ୍ତ କୁମାର ଷଢ଼ଙ୍ଗି,ସୁଶାନ୍ତ କୁମାର ପୋଥାଳ,ସୋନୁ ଅନୁଗୁ , ଅମ୍ବିକା ପ୍ରସାଦ ମହାପାତ୍ର , ୧୧ ଜଣ ଯୁଗ୍ମ ସମ୍ପାଦକ ଦିପକ କୁମାର ଭୋଇ,ଗଣପତି ଦାଶ,ଯଶୋବନ୍ତ ପ୍ରଧାନ,ମଦନ ମୋହନ ସାହୁ,ପୁନିଲ କୁମାର ସାମନ୍ତ, ସଦାନନ୍ଦ ବେହେରା,ସଦାନନ୍ଦ ଚପୃଷେଠ୍ ,ସର୍ବେଶ୍ୱର ବଳ,ଉମାଶଙ୍କର ଗୌଡ଼,ସାରଦା ପ୍ରସନ୍ନ ଦାସ ଓ ଅତୁଲ କୁମାର ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଭରତଦତ୍ତ ବିଶ୍ୱକର୍ମା ଙ୍କ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଆଡଭୋକେଟ୍ ଏ ସାମଲ ଘୋଷଣା କରିଥିଲେ।

ଜିଲ୍ଲା ପଦାଧିକାରୀ ବୈଠକ ଶେଷ ହେବା ପରେ ରାଜ୍ୟ ପଦାଧିକାରୀ ଙ୍କ ବୈଠକ ଖୁବ୍ ଶୀଘ୍ର ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *