ଚାଉଳିଆଗଞ୍ଜ ଥାନାର ଦ୍ୟୁତୀୟ ମହିଳା ଆଇଆଇସି ହେଲେ ରୀନା ମିଶ୍ର

କଟକ ସଦର, ୦୬/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ଚାଉଳିଆଗଞ୍ଜ ଥାନାରେ ଡିଉଟିରେ ଥିବା ମହିଳା ଅଧିକାରିଣୀ ଵିୟୁଟି ମହାନ୍ତି ରେଷ୍ଟ ରୁମରେ ଆତ୍ମହତ୍ୟା କରିବାର ମାସକ ପରେ ଖାଲି ପଡିଥିବା ପଦବୀରେ ଦ୍ୟୁତୀୟ ମହିଳା ଆଇଆଇସି ଭାବେ ରୀନା ମିଶ୍ର କାର୍ୟ୍ୟଭାର ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ରୀନା ମିଶ୍ର କଟକ ଡିସିପି ଅଫିସ ସହ ମହିଳା ଥାନା ଓ ଭୁବନେଶ୍ବର ମହିଳା ଥାନାରେ ଆଇଆଇସି ଭାବେ କାର୍ୟ୍ୟ କରିଥିଲେ ।ଏଥିସହିତ ବାଦାମବାଡ଼ି ଓ ସଦର ଥାନା ରେ ଅତିରିକ୍ତ ଆଇଆଇସି ଭାବେ କାର୍ୟ୍ୟ କରିଥିବା ଜଣାପଡିଛି।୨୦୦୮ ରେ ଓଡ଼ିଶା ପୋଲିସ ରେ ରୀନା ମିଶ୍ର ସିଧାସଳଖ ଏସଆଇ ଭାବେ ଯୋଗଦେଇଥିଲେ। ଅନ୍ୟପକ୍ଷରେ ଚାଉଳିଆଗଞ୍ଜ ଥାନାରେ ଆତ୍ମହତ୍ୟା କରିଥିବା ପୂର୍ବତନ ଆଇଆଇସି ଵିୟୁଟି ମହାନ୍ତି ଙ୍କର ମୃତ୍ୟୁ ରହସ୍ୟ ଏବେ ସୁଦ୍ଧା ଉନ୍ମୋଚିତ ହୋଇ ପାରିନାହିଁ।

Leave a Reply

Your email address will not be published. Required fields are marked *