ନିଗମ ସାରସ୍ଵତ ୨୪ ତମ ବାର୍ଷିକ ଭକ୍ତ ସମ୍ମିଳନୀ ଅନୁଷ୍ଠିତ

ଭୁବନ, ୧୧/୦୨/୨୦୨୪ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ଶାନ୍ତି ଆଶ୍ରମ ଠାରେ ଶ୍ରୀ ଶ୍ରୀ ନିଗମ ସାରସ୍ଵତ ୨୪ ତମ ବାର୍ଷିକ ଭକ୍ତ ସମ୍ମିଳନୀ ଗତ ୯ ତାରିଖ ଠାରୁ ଆରମ୍ଭ ହୋଇ ଆଜି ୧୧ ତାରିଖ ରେ ଶେଷ ହୋଇଥିଲା । ୯ ତାରିଖ ପ୍ରାତଃ ସମୟରେ ଘଟ ସ୍ଥାପନ ,ଜାଗା ଯଜ୍ଞ, ଗେରିକ ପତାକା ଉତୋଳନ ପରେ  ଶ୍ରୀ ଶ୍ରୀ ଠାକୁର ମହାରାଜ ଙ୍କ ନଗର ପରିକ୍ରମା କରାଯାଇଥିଲା । ୧୦ ତାରିଖ ପ୍ରାତଃ ୭.୩୦ ମଧ୍ୟେ ପ୍ରଭାତୀ କୀର୍ତ୍ତନ,ଆରତୀ ଓ ପୂଜାର୍ଚ୍ଚନା କରାଯାଇଥିଲା। ୧୦ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଧର୍ମସଭା ଆୟୋଜନ ହୋଇଥିଲା । ୧୧ ତାରିଖ ପ୍ରାତଃ ସମୟରେ ଆରତୀ ପୂଜାର୍ଚ୍ଚନା ହେବା ପରେ ପୂର୍ବାହ୍ନ ରେ ମହିଳା ସଭା ଆୟୋଜନ ହୋଇଥିଲା । ଭୂଷଳ ଶାନ୍ତି ଆଶ୍ରମ ର ମୁଖ୍ୟ ପୂଜ୍ୟା ମା ମହମାୟା ସରସ୍ଵତୀ ଏହି ସମ୍ମିଳନୀ ର ମୁଖ୍ୟ ଆକର୍ଷଣ ଥିଲେ । ସନାତନ ଧର୍ମ ର ପ୍ରଚାର ପ୍ରସାର, ସତ୍ ଶିକ୍ଷା ର ବିସ୍ତାର ଓ ବ୍ରାହ୍ମଣ ଜ୍ଞାନ ରେ ଜୀବ ସେବା ସଂପର୍କ ରେ ଆଲୋଚନା କରାଯାଇଥିଲା । ମହାମାନ୍ୟ ବାବା ପୂଜ୍ୟ ପାଦ ସ୍ବାମୀ ତ୍ରିଗୁଣlନନ୍ଦ ସରସ୍ଵତୀ ଦେବ ଙ୍କ ପ୍ରବର୍ତ୍ତିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ଵତୀ ଙ୍କ  ଭକ୍ତ ସମ୍ମିଳନୀ ରେ ବହୁ ସାଧୁ ସନ୍ଥ ଙ୍କ ସମେତ ସାରା ରାଜ୍ୟ ରୁ ସହସ୍ରାଧିକ ଭକ୍ତ ଯୋଗ ଦେଇଥିଲେ। ମା ମହା ମାୟା ସରସ୍ଵତୀ ଙ୍କ ଆଦେଶ କ୍ରମେ ସମ୍ମିଳନୀ ପରିଚାଳନା କମିଟି ସଭାପତି ଶ୍ରୀ ମୃତ୍ୟୁ ଚୈତନ୍ୟ ବ୍ରହ୍ମଚାରୀ,ଉପ ସଭାପତି ଶ୍ରୀ ଚିତ ଚୈତନ୍ୟ ବ୍ରହ୍ମଚାରୀ ,ସମ୍ପାଦକ ପ୍ରୀତି ରଞ୍ଜନ ପଟ୍ଟନାୟକ ,ସହ ସମ୍ପାଦକ ରଞ୍ଜନ କୁମାର ଦାସ ଙ୍କ ସମେତ ଭୂଷଳ,ଭୁବନ ଅଞ୍ଚଳର ଭାଇ ଓ ମା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *