ସାତକଡି ହୋତାଙ୍କ ବିୟୋଗରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଶୋକ

ଭୁବନେଶ୍ୱର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର)-  ପ୍ରସିଦ୍ଧ ସାହିତ୍ୟିକ ସାତକଡି ହୋତାଙ୍କ ବିୟୋଗରେ ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି । ସାତକଡି ବାବୁଙ୍କୁ ଜଣେ କୃତବିଦ୍ୟ ଲେଖକ, ଅସାଧାରଣ ସଂଗଠକ ଭାବରେ ଅଭିହିତ କରି ଶ୍ରୀ ପଣ୍ଡା ତାଙ୍କୁ ସମକାଳୀନ ସାରସ୍ୱତ ପରିବେଶର ନେତୃସ୍ଥାନୀୟ ତଥା ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ବୋଲି ବର୍ଣନା କରିଛନ୍ତି ।

ଶ୍ରୀ ହୋତାଙ୍କ ପରଲୋକ ଓଡ଼ିଆ ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ଦର୍ଶାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶ୍ରୀ ପଣ୍ଡା  ଶୋକସନ୍ତପ୍ତ ପରିବାର ଉଦ୍ଦେଶ୍ୟରେ ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *