ସାତକଡି ହୋତାଙ୍କ ବିୟୋଗରେ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଶୋକ

ଭୁବନେଶ୍ୱର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର)-  ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ସାତକଡି ହୋତାଙ୍କ ବିୟୋଗରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  ସ୍ବର୍ଗତ ହୋତା ଏକଧାରରେ ଜଣେ ସୁସାହିତ୍ୟିକ, ସାମ୍ବାଦିକ, ବକ୍ତା ଓ ସଂଗଠକ ଭାବେ ସଦା ସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁପସ୍ଥିତି ଓଡ଼ିଆ ସାହିତ୍ୟ ଜଗତରେ ସ୍ପଷ୍ଟ ଅନୁଭବ କରି ହେବ ବୋଲି ମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ।

ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଶ୍ରୀ ପାତ୍ର ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *