ଭୁବନେଶ୍ୱର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ଘଟିଛି। ଭୁବନେଶ୍ବରରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି ହୋତା। ୧୯୨୯ ମସିହାରେ ମୟୁରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସେ ଜନ୍ମଗ୍ରହଣ କରିଥିଲେ। ଶତାଧିକ ପୁସ୍ତକର ସେ ରଚୟିତା ଥିଲେ। ବ୍ୟାକୁଳ ହୃଦୟ , ସ୍ବପ୍ନ ଶିଉଳି ,ଅଶାନ୍ତ ଅରଣ୍ୟ,ମୁକ୍ତି ଯୁଦ୍ଧ,ଯୁଗ ସନ୍ଧି,ପ୍ରତିକ୍ଷା, ଅଥ ଅବିନାଶ ଉବାଚ, ତୀର୍ଥ ଯାତ୍ରା ,ଚିତ ଯହିଁ ଭୟ ଶୂନ୍ୟ ,ଏତେ ସ୍ବପ୍ନ ଏତେ ଆଲୋକ, ଅନେକ ଦିଗନ୍ତ ଆଦିର ସେ ରଚୟିତା ଥିଲେ। ସାମ୍ବାଦିକତା କ୍ଷେତ୍ରରେ ବି ସେ ନିଜ ଛାପ ଛାଡିଯାଇଛନ୍ତି। ଦୈନିକ ଖବର କାଗଜ ସମୟର ସେ ସମ୍ପାଦକ ଥିଲେ। ସେ ଭାରତୀୟ ରେଳ ସେବାରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ୨୭ ଟି ଗଳ୍ପ, ୨୧ ଟି ଉପନ୍ୟାସ ଓ ଗୋଟିଏ କବିତା ପୁସ୍ତକ ପ୍ରକାଶ ପାଇଛି ।