ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୟାଗଡ଼, ୦୨/୦୮/୨୦୨୬ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ସିଦ୍ଧାର୍ଥ ଦେ ତାଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଶ୍ରୀ ଦେ, ନୟାଗଡ଼ରେ ଦୀର୍ଘ ୩୨ବର୍ଷ କାଳ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ସୁଚାରୁ ରୂପେ ନିଜ ଦାୟିତ୍ୱ ନିର୍ବାହନ କରି ଲୋକପ୍ରିୟ ହୋଇପାରିଥିଲେ ।

ସମସ୍ତେ ତାଙ୍କ ଅବସର ପରବର୍ତୀ ଜୀବନର ଶୁଭ ମନାସି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜଣେ ସହଯୋଗୀ ତଥା ଦାୟିତ୍ୱ ସମ୍ପନ୍ନ କର୍ମଚାରୀ ଭାବେ ସେ ପ୍ରଶାସନିକ ସ୍ତରରେ ଓ ଗଣମାଧ୍ୟମ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିଲେ । ତାଙ୍କର କର୍ତବ୍ୟନିଷ୍ଠା, ଶାଳୀନତା ଓ ଭଲ ବ୍ୟବହାର ଏପରିକି କାର୍ଯ୍ୟ କୁଶଳତା ନେଇ ସମସ୍ତଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଥିଲେ । ତାଙ୍କୁ ପ୍ରଶାସନିକ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କର ନୀରାମୟ ଜୀବନ  କାମନା କରାଯାଇଛି ।

Leave a Reply

Your email address will not be published. Required fields are marked *