ରାଧାକୃଷ୍ଣ ମନ୍ଦିରରେ ଉତ୍ସବ ମୁଖର, ନବ ଦିନ ବ୍ୟାପୀ ଭାଗବତ ପାରାୟଣ ଅନୁଷ୍ଠିତ 

ମାହାଙ୍ଗା ୧୦/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) – କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ନବ ଦିନ ବ୍ୟାପୀ ଆୟୋଜିତ ଭାଗବତ ପାରାୟଣର ଅନ୍ତିମ ସନ୍ଧ୍ୟାରେ ବହୁ ଶ୍ରଦ୍ଧାଳୁ ସମବେତ ହୋଇ ଶ୍ରୀମଦ ଭାଗବତ କଥାମୃତ ଶ୍ରବଣ କରିବା ଦେଖିବାକୁ ମିଳିଥିଲା ।

ରାଧାକୃଷ୍ଣ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସୁନାକର ବେହେରା, ବିଶ୍ୱନାଥ ପଲେଇ, ବଟକୃଷ୍ଣ ବେହେରା, ଅପର୍ତ୍ତୀ ବେହେରା,ସାମାଜିକକର୍ମୀ ଅଖିଳେଶ ମହାନ୍ତି,ରାମଚନ୍ଦ୍ର ବେହେରା, ଦୀନବନ୍ଧୁ ବେହେରା, ଚକ୍ରଧର ବେହେରା, ହେମନ୍ତ ବେହେରା, ନବଘନ ବେହେରା, ଅଞ୍ଜନ ବେହେରା, ମନମୋହନ ପଲେଇ,ଦାମୋଦର ପଲେଇ, ସୁଦାମ ପଲେଇ, ବ୍ରଜବନ୍ଧୁ ପଲେଇ, ନଗେନ ବେହୁରା,ଅମୂଲ୍ୟ ପଲେଇ, ଗୋବିନ୍ଦ ଦାସ,ପ୍ରଫୁଲ୍ଲ ବେହେରା,ଶରତ ବେହେରା, ମନୋଜ ଦାସ,କ୍ଷୀରୋଦ ଦାଶ, ପ୍ରକାଶ ବେହେରା, ସୁମନ୍ତ ପଲେଇ,ପଞ୍ଚାନନ ପଲେଇ,ମାନସ ବେହେରା, ବିଳାସ ବେହେରା, ରାକେଶ ବେହେରା, ପ୍ରଣବ ବେହେରା,ପ୍ରମୁଖ ସହଯୋଗ କରିଥିଲେ ।

ପୂଜକ ଫକୀର ଚରଣ ପଣ୍ଡା, ସତ୍ୟରଞ୍ଜନ ଦାଶ,ଡାଙ୍ଗୀ ମିଶ୍ର ପ୍ରମୁଖ ନବଦିନ ବ୍ୟାପୀ ଭାଗବତ ପାଠ କରିଥିଲେ । କଲ୍ୟାଣପୁର ସପନେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଦୀପକ ପଲେଇ, ବସନ୍ତ ପଲେଇ, ରମେଶ ମହାନ୍ତି, ଜଗନ୍ନାଥ ବେହେରା, ରବୀନ୍ଦ୍ର ବେହେରା, ଜୟଦେବ ମହାନ୍ତି, ଅଚ୍ୟୁତାନନ୍ଦ ପଣ୍ଡା, ପ୍ରମୁଖ ଭଜନ ପରିବେଷଣ କରିଥିଲେ ।  ସ୍ଥାନୀୟ ଅଂଚଳରୁ ବହୁ ଭାଗବତ ପ୍ରେମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *