ବସନ୍ତପୁର ର ଧର୍ମପରାୟଣ ବ୍ୟକ୍ତି ଙ୍କ ପରଲୋକ

 

ଗରଦପୁର,୧୭/୦୫/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ବସନ୍ତପୁର ଗ୍ରାମ ନିବାସୀ କିଶଳୟକାନ୍ତ ମହାପାତ୍ର ଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରେ ଉଚ୍ଚ ପଦବୀରେ କାର୍ୟ୍ୟ କରି ସେ ବହୁ ସୁନାମ ଅର୍ଜନ କରିଥିଲେ । ଭୁବନେଶ୍ୱର ର ଏକ ଘରେକ୍ଷଇ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ଶେଷ ସମୟରେ ତାଙ୍କ ପାଖରେ ସ୍ତ୍ରୀ, ଏକମାତ୍ର ପୁଅ ଓ ଦୁଇଝିଅ ଉପସ୍ଥିତ ଥିଲେ ।  ତାଙ୍କ ବଡପୁଅ ଶାଶ୍ୱତ ଶୁଭଦର୍ଶୀ  ପୁରୀ ସ୍ଵର୍ଗଧାମରେ ତାଙ୍କର ଶେଷକୃତ୍ୟ ସମାପନ କରିଛନ୍ତି । ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ସମ୍ପାଦକ ସୁନିଲ ମହାନ୍ତି ଓ ପରିଚାଳନା ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *