କଟକ ସଦର ,୩୧/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ମୁନସିପାଲିଟି ରେ ରାଜନୈତିକ ଉଷ୍ମତା ବୃଦ୍ଧି ସହ ଘଡିକେ ଘୋଡା ଛୁଟୁଥିଵା ଜଣାପଡିଛି। ପ୍ରକାଶ ଯେ ଚୌଦ୍ୱାର -କଟକ ବିଧାୟକ ସୌଭିକ ବିଶ୍ୱାଳ ଚୌଦ୍ୱାର ପୌରପାଳିକା ରେ ତାଙ୍କ ପ୍ରତିନିଧି ଥିବା ବିଜେଡ଼ି ନେତା ତଥା ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକଙ୍କୁ ହଟାଇ ବାପା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ପ୍ରତିନିଧି କରିଥିଲେ।
ଏହାର କାରଣ ହେଉଛି ପ୍ରେମଚାନ୍ଦ ପ୍ରଭାତ ବିଶ୍ବାଳ ଙ୍କର ଏକାନ୍ତ ଅନୁଗତ ଥିଲେ। ହେଲେ ପ୍ରଭାତ ବିଜେଡ଼ି ଛାଡି ବିଜେପିକୁ ଯିବା ସମୟରେ ପ୍ରେମଚାନ୍ଦ ଙ୍କ ସମେତ କାଉନସିଲର ମାନେ କେହି ଵିଜେଡି ଛାଡ଼ିଲେ ନାହିଁ। ଏହି ରାଗ ସୁଝାଇଵା ପାଇଁ ଏଵଂ କାଉନସିଲ ବୈଠକରେ ସମସ୍ତଙ୍କୁ ଅଡ଼ୁଆରେ ପକାଇବାକୁ ପ୍ରଭାତ ପୁଅ ଦ୍ୱାରା ପ୍ରତିନିଧି ହୋଇଥିଲେ।
ହେଲେ ରାଜ୍ୟସଭା ସାଂସଦ ଡ଼ଃ ସନ୍ତୃପ୍ତ ମିଶ୍ର ଉକ୍ତ ପୌରପାଳିକା ରେ ନିଜ ପ୍ରତିନିଧି ଭାବେ ପ୍ରେମଚାନ୍ଦ ଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାଯାଇଛି। ଅପରପକ୍ଷରେ ବିଧାୟକ ସୌଭିକ ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କୁ ବିଧାୟକ ପ୍ରତିନିଧି ନିଯୁକ୍ତିକୁ ପୁଅ ବିଧାୟକ ସୌଭିକ ବିଶ୍ବାଳ ପ୍ରତିନିଧି ନିଯୁକ୍ତି ର ଗୋଟିଏ ଦିନ ପରେ ପ୍ରତ୍ୟାହାର କରିନେଇଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି।
