କେନ୍ଦ୍ରାପଡ଼ା, ୨୯/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଦିବ୍ୟ ଜୀବନ ସଂଘ ପକ୍ଷରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସତସଙ୍ଗଭବନରେ ଗୁରୁସ୍ତୋତ୍ରପାଠ, ଗୁରୁବନ୍ଦନା,ଶ୍ରୀ ଗୁରୁପାଦୁକାପୂଜା, ଶ୍ରୀ ଦିବ୍ୟେଶ୍ୱର ମହାଦେବ ଓ ଶ୍ରୀ ଦିବ୍ୟ ବଳଦେବଜୀଉଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।
ପ୍ରଭାତରୁ ଗୁରୁବନ୍ଦନା ସହିତ ଋଷିକେଶରୁ ସଂଗୃହୀତ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରଦତ ଆଶୀର୍ବାଦ ଓ ଶ୍ରୀମାଙ୍କ ରଚିତ ଭକ୍ତି ସଙ୍ଗୀତ ଗୁରୁବନ୍ଦନା ଗାନ କରାଯାଇଥିଲା । ଦିବ୍ୟ ଜୀବନ ସଂଘର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଚଳିତ ବର୍ଷ ଋଷିକେଶରେ ଯୋଗ ଦେଇଥିବାରୁ ଉପାଧ୍ୟକ୍ଷ ଡକ୍ଟର କାଳୀପ୍ରସନ୍ନ ଶତପଥୀ ଏହି ଉତ୍ସବ ପରିଚାଳନା କରିଥିଲେ ।
ଗଗନ ଆଚାର୍ଯ୍ୟ ପାଦୁକା ପୂଜା ସମ୍ପାଦନ କରିଥିଲେ । ସୁଶ୍ରୀ ପୁନମ୍ ନାୟକ, ଡାକ୍ତର ଶରତଚନ୍ଦ୍ର ବରାଳ, ପ୍ରଫେସର ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଦେବେନ୍ଦ୍ର ସାମନ୍ତ, କୈଳାସ ରାଉତ, ନଳିନୀକାନ୍ତ ମହାନ୍ତି, ବିଶ୍ୱଭୂଷଣ ପ୍ରହରାଜ, କମଳା ମହାନ୍ତି, ମଞ୍ଜୁଲତା ଦେବୀ, ରୁଦ୍ରାଣୀ ମହାପାତ୍ର, ଆଳିଜଙ୍ଗା କପାଳେଶ୍ୱର ଗ୍ରାମର ଶତାଧିକ ମହିଳା ଏବଂ ଶିବାନନ୍ଦ ବିଦ୍ୟାମନ୍ଦିରର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଲିଟୁ ଏବଂ ଶିବାନୀଙ୍କ ତତ୍ୱାବଧାନରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା ।
