ଆସନ୍ତା ୧୦ ଓ ୧୧ ନଭେମ୍ବର ୨୦୨୬ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ 

ଜଗତସିଂହପୁର ୩୦/୧୦/୨୦୨୬(ଓଡ଼ିଶା ସମାଚାର)- ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ । ୧୫ରୁ ୨୯ ବର୍ଷର ପ୍ରତିଯୋଗୀଙ୍କ ମଧ୍ୟରେ, ପଦ୍ୟ ଲିଖନ, ଚିତ୍ରାଙ୍କନ, ଲୋକ ନୃତ୍ୟ, ଲୋକ ସଙ୍ଗୀତ, ନୁକ୍କଡ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲା ର ଯୁବ ପ୍ରତିଭା ମାନଙ୍କୁ ଏହି ଯୁବ ଉତ୍ସବ ରେ ଅଂଶ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଲୋକ କଳା ଓ ଲୋକ ନୃତ୍ୟ ପାଇଁ କେବଳ ଲାଇଭ ମ୍ୟୁଜିକ ଗୃହିତ ହେବ। ପୂର୍ବରୁ ରେକର୍ଡ଼ କରାଯାଇଥିବା ଅଡିଓ ପ୍ରତିଯୋଗିତା ପାଇଁ ଗ୍ରହଣୀୟ ହେବନାହିଁ ଏବଂ ପୂର୍ବବର୍ଷ ଯୁବ ଉତ୍ସବ ରେ ଜିଲ୍ଲା ସ୍ତରରେ ବିଜେତା ହୋଇଥିବା ଗ୍ରୁପ୍/ ଏକକ ପ୍ରତିଯୋଗୀ ଚଳିତ ବର୍ଷ ଯୁବ ଉତ୍ସବ ରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି।ଏହି ଉତ୍ସବ ରେ ଉନ୍ନୀତ କୃତୀ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ରେ ଜଗତସିଂହପୁର ଜିଲ୍ଲା କୁ ପ୍ରତିନିଧିତ୍ଵ କରିବେ । ଏଥି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ପର୍କିତ ତଥ୍ୟ ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ, ଜଗତସିଂହପୁର ପକ୍ଷରୁ ସୂଚନା ଦିଆଯାଇଛି ଓ ଅଧିକ ତଥ୍ୟ ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *