ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି 

 ୪୯ ଟି ଅଭିଯୋଗରୁ ୧୦ ଟି ସମାଧାନ

ଭୁବନ ୨୭/୦୭/୨୦୨୬ (ଓଡ଼ିଶା ସମାଚାର)-ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଏବଂ ଏସ ପି ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୪୯ ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୩୦ ଟି ବ୍ୟକ୍ତିଗତ ଓ ୧୨ ଟି ସାମୁହିକ /ଗ୍ରାମ୍ୟ ସମସ୍ୟା ଅନ୍ତର୍ଭୁକ୍ତ ଥିଲା । ଘଟଣା ସ୍ଥଳରେ ୧୦ ଟି ଅଭିଯୋଗର ସମାଧାନ ହୋଇଥିଲା । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣ ଓ ରେଡକ୍ରସ ପାଣ୍ଠିରୁ ୫ ଜଣଙ୍କୁ ସମୁଦାୟ ୬୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର , ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସଞ୍ଜୟ ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ,କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି ,

ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ସହକାରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ ,ଜିଲ୍ଲା ବନଖଣ୍ଡ ଅଧିକାରୀ ,ଭୁବନ ବିଡ଼ିଓ ଆୟୁସି ମହାପାତ୍ର , ତହସିଲଦାର ଶୁଭଶ୍ରୀ ରଥ,ମେଡିକାଲ ଇନଚାର୍ଜ ଡ଼ା .ରମେଶ କୁମାର ସାହୁ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *