ଦୁଇ କୁଖ୍ୟାତ ଅପରାଧୀଙ୍କୁ ମାଡ଼ି ବସିଲା ରାଜଗାଙ୍ଗପୁର ପୋଲିସ

ରାଜଗାଙ୍ଗପୁର ୨୬/୦୭/୨୦୨୬ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧ ରେ ଜଡ଼ିତ ଥିବା ଦୁଇ କୁଖ୍ୟାତ ଅପରାଧୀଙ୍କୁ କାଲି ବିଳମ୍ବିତ ରାତିରେ ପୋଲିସ କାବୁ କରିବାରେ ସଫଳ ହୋଇଛି। ପ୍ରକାଶ ଥାଉ କି ଗତ କାଲି ବିଳମ୍ବିତ ରାତିରେ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ମଣ୍ଡିଆକୁଦର୍ ନିକଟରେ ଥିବା ଅଗ୍ରସେନ୍ ସ୍ପଞ୍ଜ ଆଇରନ ଲିମିଟେଡ ପଛପଟେ ପହଞ୍ଚିଥିଲା ଓ  ସେଠାରେ ଥିବା ଜିଓ ଟାୱାର ରୁ କପର୍ ତାର ଚୋରି କରି ଯାଉଥିବା  ବେଳେ ଦୁଇ ଦୁର୍ବୁତ୍ତ ଙ୍କୁ କାବୁ କରିଥିଲା। ତାଙ୍କ ପାଖରୁ କପର୍ ତାର,ହେସ୍କୋ ବ୍ଲେଡ୍,ଗ୍ଲୋଭସ୍ ଓ ଚୋରିରେ ବ୍ୟବହୃତ କିଛି ସାମଗ୍ରୀ ଜବତ୍ କରିଥିଲା।

ଏହି ଦୁଇ ଯୁବକ ମାନଙ୍କ ମଧ୍ୟରୁ ଜଣେ ଭଟ୍ଟାପଡ଼ାର ରୋହିତ ପ୍ରସାଦ ରୱାନି (୩୦) ଓ ଅନ୍ୟ ଜଣେ ଓ ସି ଏଲ ମାର୍କେଟର ନିଖିଲ ରାଏ (୨୦) ବୋଲି ଜଣା ପଡିଛି। ଦୁର୍ବୃତ୍ତ ମାନଙ୍କୁ ରାଜଗାଙ୍ଗପୁର ଥାନା କେଶ ନଂ- 411,dt.25/07/26,US -331(3)/305(a)/3(5) ଆରେଷ୍ଟ କରି ବିଚାର ପାଇଁ କୋର୍ଟର ହାଜତ କୁ ପଠାଯାଇଛି। ପ୍ରକାଶ ଥାଉ କି ଏହି ଦୁଇ କୁଖ୍ୟାତ ଅପରାଧୀ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କୁତ୍ରା, ରାଏବୋଗା,ସୁନ୍ଦରଗଡ ଇତ୍ୟାଦି ବହୁ ଜାଗା ମାନଙ୍କରେ ବିଭିନ୍ନ ପ୍ରକାରର ଅପରାଧ ଯଥା ଚୋରି,ଡକାୟତି,ମାରପିଟ, ଲୁଟ୍ ଭଳି  କାର୍ଯ୍ୟ କରି ଆସୁଥିଲେ। ପୂର୍ବରୁ ରୋହିତ୍ ପ୍ରସାଦ ରୱାନିଙ୍କ  ନାମରେ ୩୦ଟି ରୁ ଅଧିକ କେଶ ଥିବା ବେଳେ ନିଖିଲ ରାଏଙ୍କ ନାମରେ ୪ ଟି କେସ ରହିଛି।

Leave a Reply

Your email address will not be published. Required fields are marked *