ଭୁବନ ୨୬/୦୭/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଢେ଼ଙ୍କାନାଳ ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି ।
ଭୁବନେଶ୍ୱର ସ୍ଥିତ ରୋଟାରୀ ଭବନ ଠାରେ ଓଡିଏମଏମ ରାଜ୍ୟ ସଭାପତି ମନୋଜ କୁମାର ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଶିଷ୍ଟ ସମାଜସେବୀ ଡଃ ରାଜ କୁମାର ଯାଦବ,ଅବସର ପ୍ରାପ୍ତ ଖଣି ଅଧିକାରୀ ତଥା ସମାଜସେବୀ ସାରଦା ପ୍ରସାଦ ଷଡ଼ଙ୍ଗୀ,ସମାଜସେବୀ ସୂର୍ଯ୍ୟ ନାରାୟଣ କର, ଓଡିଏମଏମ ସାଧାରଣ ସମ୍ପାଦକ କବିରାଜ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ମିରାବାଇ ଦେଓ,ସୂର୍ଯ୍ୟକାନ୍ତ ଖେଡୁଆଳ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଶ୍ରୀଯୁକ୍ତ ପୋଥାଳ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଭୁବନ ସାମ୍ବାଦିକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ ପୋଥାଳ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
