ମଧୁ ଶାସନ ପଡ଼ା ଗ୍ରାମକୁ ରାସ୍ତା ନାହିଁ , ହିନସ୍ତା ଭୋଗୁଛନ୍ତି ଲୋକ  

ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦେଶକୁ ଫୁ
ଗରଦପୁର, ୨୬/୦୭/୨୦୨୬ (ଓଡ଼ିଶା ସମାଚାର)-ଗରଦପୁର ତହସିଲ ଅନ୍ତର୍ଗତ ମଧୁ ଶାସନ ଗ୍ରାମର ଗୁଡ଼ିଆ ସାହିକୁ ରାସ୍ତା ନାହିଁ । ଏହି ସାହିରେ ୧୫ଟି ପରିବାର ବସବାସ କରନ୍ତି । ମଧୁ ଶଶସନ ସରକାରୀ ଚିକିତ୍ସାଳୟ ପଛ ପଟରେ ଏହି ଗୁଡ଼ିଆ ସାହି । ହେଲେ ରାସ୍ତା ନଥିବାରୁ ହିନସ୍ତା ୋଗୁଛନ୍ତି ପଡ଼ାର ଲୋକ । ଏହି ସାହିକୁ ରାସ୍ତା ନଥିବା ହେତୁ ୧୫ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଙ୍କୁ ନିର୍ଦେଶ ଦେଇ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଏ ନେଇ ଗଭତମାସ ୨୧ ତାରିଖରେ ମେଲ ଯୋଗେ ଜିଲାପାଳଙ୍କୁ ନିର୍ଦେଶ ଦେଇ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ । ହେଲେ ଜିଲା, ବ୍ଲକ୍ ଓ ତହସିଲ ପ୍ରଶାସନ ଏହି ନିର୍ଦେଶକୁ ଫୁ କରି ବସିରହିଛି । ରାସ୍ତା ନଥିବାରୁ ୨କିମି ବୁଲି ପିଲାମାନେ ବିଦ୍ୟାଳୟ ଯିବା ସମ୍ଭବ ହେଉନାହିଁ । ଫଳରେ ପିଲାମାନଙ୍କୁ ବିଦ୍ୟାଳୟ ଯିବା ବନ୍ଦ ହୋଇ ଯାଇଛି । ରୋଗୀ ପାଇଁ ଆମ୍ବୁଲାନ୍ସ ଯିବା ସମ୍ବ ହେଉନାହିଁ । ପ୍ରକାଶ ଥାଉକି ସାହିର ଲୋକ ମାନଙ୍କ ପାଇଁ ଗୋଟିଏ ସøରକାରୀ ରାସ୍ତା ରହିଛି ।

କିଛି ଲୋକ ସେହି ସରକାରୀ ରାସ୍ତାକୁ ମାଡ଼ି ବସିଛନ୍ତି । ବହୁ ଅଭିଯୋଗ ପରେ ଏହି ରାସ୍ତାକୁ ତହସିଲଦାର ମାପି ରାସ୍ତା ବାହାର କରିଥିଲେ । ଏହି ପରିତ୍ୟକ୍ତ ରାସ୍ତାରେ କିଛି ମୂଲ୍ୟମାନ ଗଛ ଥିଲା । ଯାହାକି ରାଜସ୍ୱ ନିରୀକ୍ଷକ ନିଜ ଲୋକଙ୍କୁ ନାଲାମ ଦେଇ ଗଛ ବିକି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସାହି ଲୋକ ଅଭିଯୋଗ କରିଛନ୍ତି । ଏହା ଛଡ଼ା ଉକ୍ତ ରାସ୍ତା ଯେଉଁଠି ମୁଖ୍ୟ ରାସ୍ତାକୁ ଲାଗିବ ଜାଣି ଶୁଣି ଏକ ବିଦ୍ୟୁତ ସବ ସେଂଟର ବସାଇ ରାସ୍ତାକୁ ଅବରୋଧ ହୋଇଛି ।

ଏ ସମସ୍ୟାକୁ ନେଇ ପୁନର୍ବାର ତହସିଲ ପାଖକୁ ଗଲେ ୫୦ ହଜାର ଟଙ୍କା ଡ଼ିପୋଜିଟ କଲେ ଅମିନ ପଠାଇ ମପା ଯିବ ବୋଲି ତହସିଲ ପକ୍ଷରୁ କୁହାଯାଉଛି । ଏସବୁ ରେ ପଡ଼ାର ଅଧିବାସୀ ୧୦୦ ରୁ ଉଦ୍ଧ୍ୱର୍ ଲୋକ ହତାଶ ହୋଇ ପଡ଼ିଛନ୍ତି । ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ ଜିଲାପାଳଙ୍କ ନିକଟରେ ମଧୁ ଶାସନ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *