କଟକ ସଦର,୨୬/୦୭/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୨୨ ଶହରୁ ଅଧିକ ଭୁଲ୍ ହୋଇଛି। ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦିଆଯାଇଛି। ତଥାପି ଏ ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେଇନାହାନ୍ତି।
ତେବେ ଶ୍ରୀ ଗଣ୍ଡ ଇସ୍ତଫା ନଦେବା ଯାଏ ରାଜ୍ୟରେ କଂଗ୍ରେସ ଆନ୍ଦୋଳନକୁ ଜୋରଦାର କରିଵ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରବିବାର ଦିନ କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ସୀତାକାନ୍ତ ପଣ୍ଡା ଙ୍କ ନେତୃତ୍ଵରେ କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏଥିରେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ,ଉପ ସଭାପତି ତଥା ସଦରର ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଛୟତ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରିତିଛନ୍ଦା କୈବଲ୍ୟ ନାୟକ, କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ବିପ୍ଳବ ଶିଳାଦିତ୍ୟ, ପୂର୍ବତନ ପିସିସି ସଂପାଦକ ଦିଲ୍ଲୀପ ମହାନ୍ତି, ବିଶ୍ୱଜିତ୍ ଦାସ,ମାନସ ପରିଡ଼ା, ଶିଶିର ରଥ, ରାଜେଶ ସ୍ୱାଇଁ, ନଳିନୀପ୍ରଭା ଉଦଗାତା, ଉଗ୍ରସେନ ଭୁୟାଁ, ନିରଞ୍ଜନ ଲେଙ୍କା, ସତ୍ୟରଞ୍ଜନ ବିଠ୍, ରୁଷି କାଣ୍ଡି, ଆଲମାସ୍ ରାଗଵି,ସଫିକ ଅହମ୍ମଦ,ସରୱ।ର ଅଲ୍ଲୀ,ନଜମିର ହୁସେନ,ସରଫ୍ରାଜ ଖାନ୍ ପ୍ରମୁଖ ବହୁ କର୍ମକର୍ତ୍ତା ଯୋଗ ଦେଇ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଉପରେ ଗର୍ଜିଥିଲେ।
