ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ : ଓଡ଼ିଶାର ପ୍ରଥମ ସହିଦ ଗୋପୀନାଥ ଙ୍କୁ ଝୁରୁଛି ଜନ୍ମମାଟି

 ନିଶ୍ଚିନ୍ତକୋଇଲି,୨୬/୦୭/୨୦୨୬ ( ଓଡିଶା ସମାଚାର ଅଭୟ ଜେନା ) ଆଜି କାର୍ଗିଲ ବିଜୟ ଦିବସ ।କାର୍ଗିଲ ଯୁଦ୍ଧ ରେ ଓଡିଶା ରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର  ଗୋପୀନାଥ ମହାରଣା। ଗୋପୀନାଥ ମାତ୍ର ୧୮ବର୍ଷ  ବୟସ ରେ ୫୨୮ବାଟାଲିୟନ ରେ ଯୋଗ ଦେଇ  ଡ୍ରାଇଭର ଭାବରେ କାର୍ଯ୍ୟ  କରୁଥିଲେ।

କାର୍ଗିଲ ଯୁଧ୍ୟ ସମୟ ରେ ଅସ୍ତ୍ର,ଶସ୍ତ୍ର ଓ ଗୋଳାବାରୁଦ ନେଇ ଯାଉଥିବା ବେଳେ ୧୯୯୯ ମସିହା ମେ ମାସ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ ମାତ୍ର ୨୩ ବର୍ଷ ବୟସ ରେ ସହିଦ ହୋଇଥିଲେ। ଇତିମଧ୍ୟରେ କାର୍ଗିଲ ଯୁଦ୍ଧ କୁ ଅତିକ୍ରାନ୍ତ ହୋଇଛି ୨୬ ବର୍ଷ ।  ପ୍ରଥମ ସହିଦ ହୋଇଥିବା ଗୋପୀନାଥ ଙ୍କୁ ଝୁରୁଛି ଜନ୍ମମାଟି।

  ଆଜିବି ତାଙ୍କର ଜନ୍ମମାଟି ସହିଦ ଗୋପୀନାଥ ଙ୍କ ଦେଶ ମାତୃକା ପାଇଁଦେଇଥିବା  ବଳିଦାନ ର  ସ୍ମୃତିକୁ ଉଜାଗର  କରୁଛି। ଜୁଲାଇ ୨୬ ତାରିଖ ଦିନଟିକୁ ସାରାଭାରତ ବର୍ଷ  କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି। ଆଜିର ଦିନରେ ରେ ପାକିସ୍ତାନ ବିରୁଦ୍ଧରେ ଭାରତୀୟ ସେନା ର ବୃହତ ବିଜୟ ହୋଇଥିଲା।

ଏଥିପାଇଁ ପ୍ରତ୍ୟେକ ଭାରତୀୟ ଆଜିର ଦିବସରେ ଗର୍ବର ସହ   ଭାରତ  ମାତାର ଜୟଗାନ କରୁଛନ୍ତି | କାର୍ଗିଲ ବିଜୟ ଦିବସ ରେ ଜନ୍ମ  ମାଟି ରେ ଥିବା ପ୍ରତିମୂର୍ତ୍ତି ରେ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ଗ୍ରାମବାସୀ, ଜନସାଧାରଣ, ଗଣମାଧ୍ୟମ  ବ୍ୟକ୍ତି ବିଶେଷ ଙ୍କସହ ବରିଷ୍ଠ ସାମ୍ବାଦିକ ଅଭୟ ଜେନା,ଅକ୍ଷୟ କୁମାର ଦାଶ,ଜଗତ ବଲ୍ଲଭ ନନ୍ଦ, ସୌମ୍ୟ ରଞ୍ଜନ ସାହୁ, କମଳାକାନ୍ତ ଦାସ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଥିଲେ |

Leave a Reply

Your email address will not be published. Required fields are marked *