ସୁରକ୍ଷା ପାଇଁ ମିନି ମାରାଥନ୍: ଶ୍ରମିକଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଏସପିଡି କନଷ୍ଟ୍ରକ୍ସନର ପ୍ରୟାସ

ଭୁବନେଶ୍ୱର,୧୪/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରମିକଙ୍କ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଧିକ ସଚେତନତା ଓ ଏହା ପ୍ରାଥମିକ ଦାୟିତ୍ୱ ଭାବେ ଏସପିଡି  କନଷ୍ଟ୍ରକ୍ସନ ଲିମିଟେଡ୍ ପକ୍ଷରୁ ରବିବାର ଏକ ସେଫ୍ଟି  ମିନି ମାରାଥନ ଆୟୋଜିତ ହୋଇଯାଇଛି। ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଜଣ ଅଂଶଗ୍ରହଣ କରିଥିଲେ। ଦୌଡ଼ ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରୁ ଆରମ୍ଭ ହୋଇ ସମ୍ ହସ୍ପିଟାଲ ନିକଟରେ SOA କ୍ରିକେଟ୍ ଗ୍ରାଉଣ୍ଡରେ ଶେଷ ହୋଇଥିଲା ଏହି ମାରାଥନ।

 ଏହି କାର୍ଯ୍ୟକ୍ରମକୁ ଏସପିଡି କନଷ୍ଟ୍ରକ୍ସନର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ସୌରଭ ଖୈତାନ ଉଦଘାଟିତ କରିଥିଲେ। ତାଙ୍କ ସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖୈତାନ ଏବଂ ନିର୍ଦ୍ଦେଶକ ସଞ୍ଜୟ ଜାଲାନ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପୃଷ୍ଠଭୂମିର ଅଂଶଗ୍ରହଣକାରୀମାନେ ଯୋଗ ଦେଇ ଏକ ସୁରକ୍ଷିତ ଆସନ୍ତାକାଲି ପାଇଁ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଶିଳ୍ପରେ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଏସପିଡି କନଷ୍ଟ୍ରକ୍ସନର ପ୍ରତିବଦ୍ଧତାକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *