କଟକ ସଦର,୨୧/୦୭/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଦିନଥିଲା କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କର ଏକାନ୍ତ ଅନୁଗତ ଏଵଂ ପାରିବାରିକ ସମ୍ପର୍କରେ ଥିବା କଟକ ସଦର ବ୍ଲକର ପୂର୍ବତନ ଛାତ୍ର ବିଜେଡ଼ି ସଭାପତି ତଥା ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ସତ୍ୟସିଦ୍ଧାନ୍ତ ଦାଶ ସାଧାରଣ ନିର୍ବାଚନ ପରଠାରୁ କୋଣଠେସା ହୋଇଥିବା ଜଣାପଡିଛି।
ସତ୍ୟସିଦ୍ଧାନ୍ତ ନିଜେ ନିଜେ କୋଣଠେସା ହୋଇଛନ୍ତି ନାଁ ଦଳ, ନାଁ ଚନ୍ଦ୍ର ସାରଥି ତାଙ୍କୁ କୋଣଠେସା କରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ସତ୍ୟସିଦ୍ଧାନ୍ତ ବିଜେପି ଦଳ ଠାରୁ ମାପି ଚୁପି ଦୂରତା ରକ୍ଷା କରୁଥିବା ବେଳେ କଟକ ସଦରର ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହିତ ନିବିଡ଼ ସମ୍ପର୍କରେ ଥିବା ଦେଖାଯାଉଛି। ବିଜେପି ଛାଇରେ ରହି ସୁବିଧା ସୁଯୋଗ ହାତେଇବା କାର୍ଯ୍ୟକୁ ବିଜେପି ଦଳୀୟ କର୍ମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ହେଲେ ଦୁଇଟି ଦଳ ବିଜେଡ଼ି ବିଜେପି ରହିଥିବା ସତ୍ୟ ସିଦ୍ଧାନ୍ତ ଙ୍କର ଭବିଷ୍ୟତ ରାଜନୀତି କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
