Breaking News : ରାସ୍ତା କଡ଼ରେ ଠିଆ ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକ୍‌ କୁ ଧକ୍କା ଦେଲା ଚିଙ୍ଗୁଡ଼ି ବୋଝେଇ ଟ୍ରକ୍ – ୨ମୃତ, ୨ଗୁରୁତର ଆହତ

ନିଶ୍ଚିନ୍ତକୋଇଲି,୨୦/୦୭/୨୦୨୬ (ଓଡ଼ିଶା ସମାଚାର)- ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ କୁ ଧକ୍କା ଦେଲା ଏକ ଚିଙ୍ଗୁଡ଼ି ବୋଝେଇ ଟ୍ରକ୍। ଫଲରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନି।

ସୂଚନାନୁଯାୟୀ, କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଛକ ଠାରେ ଚକ ଫାଟି ଯିବା ଯୋଗୁଁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ରାସ୍ତା କଡରେ ଅଟକି ରହିଥିଲା। ଭୋର୍ ପ୍ରାୟ ୫ଟା ବେଳେ କଟକ ଆଡୁ ଆସୁଥିବା ଏକ ଚିଙ୍ଗୁଡ଼ି ବୋଝେଇ କଣ୍ଟେନର  ରାସ୍ତା କଡ଼ରେ ଠିଆ ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା। ଫଲରେ ଚିଙ୍ଗୁଡ଼ି ବୋଝେଇ ଟ୍ରକ୍ ରେ ଥିବା ୪ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *