ଯାଜପୁର ଜିଲ୍ଲା ଇକୋ କ୍ଲଵ ତତ୍ୱାବଧାରଙ୍କର ଏକ  ଦିବସୀୟ ପ୍ରଶିକ୍ଷଣ ଶିବିର ।

ଯାଜପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର ସୁରେଶ କୁମାର କର) – ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ସବୁଜ ବାହିନୀର ଜିଲ୍ଲା କାର୍ଯ୍ୟ କାରିଣୀ ଓ ମୂଲ୍ୟାୟନ କମିଟି, ଯାଜପୁର ଆନୁକୂଲ୍ୟରେ ଭାରତ ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ସହାୟତାରେ ଓ ପରିବେଶ ଶିକ୍ଷା କେନ୍ଦ୍ର ତତ୍ୱାବଧାନରେ ଯାଜପୁର ଜିଲ୍ଲାର ପାଞ୍ଚଟି ବ୍ଲକର ଇକୋ କ୍ଲଵ ତତ୍ୱାବଧାରଙ୍କର ଜିଆ ଖତ ପ୍ରସ୍ତୁତି  ସମ୍ବନ୍ଧୀୟ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର,  ଉକ୍ତ ଉଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରତାକ୍ଷ କୁମାର ପହିଙ୍କ ଅଧକ୍ଷତlରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପରିବେଶ ଶିକ୍ଷା କେନ୍ଦ୍ର ଭୁବନେଶ୍ୱର ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପ୍ରଭାତ ମୋହନ ଦାସ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି ଥିଲେ  ଓ ଇକୋ କ୍ଲଵ ଶିକ୍ଷକଙ୍କର କାର୍ଯ୍ୟ ପନ୍ଥା, ଦାୟିତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାସହିତ ଜିଆ ଖତ ପ୍ରସ୍ତୁତି, ବ୍ୟବହାର ଓ ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଯାଜପୁର ଉଦ୍ୟାନ ବିଭାଗର ଅଧି ନିରୀକ୍ଷକ ଶ୍ରୀଯୁକ୍ତ ହରମୋହନ ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ପାୱାର ପଏଣ୍ଟ ମାଧ୍ୟମରେ ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ଓ ଏହାର ଉପାଦେୟତା ସମ୍ୱନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।  ଆବାହକ ଡଃ ଶରତ କୁମାର ସାହୁ ପାୱାର ପଏଣ୍ଟ ମାଧ୍ୟମରେ  ଜିଆ ଖତ ପ୍ରସ୍ତୁତି, ଉପଯୋଗ,ଆବଶ୍ୟକତା, ସତର୍କତା ଓ ଏହାର ଉପକାରିତା ପରିବେଶ ସୁରକ୍ଷା ପାଇଁ କିପରି ଆବଶ୍ୟକ ବର୍ଣନା କରିଥିଲେ । ବିଦ୍ୟାଳୟ ର ଇକୋ କ୍ଲଵ ଛାତ୍ରୀମାନେ ଉଦ୍ଘାଟନୀ ସଂଗୀତ ପରିବେଷଣ କରିଥିଲେ , ଅପରାହ୍ନରେ ଆୟୋଜିତ ଉଦଯାପନୀ ସଭାରେ ଇକୋ କ୍ଲଵ ସମ୍ବନ୍ଦୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଓ କମ୍ପୁଟର ମାଧ୍ୟମରେ ପଞ୍ଜିକରଣ ତଥ୍ୟ ପ୍ରଦାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଧିକାରୀ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଞ୍ଚଟି ବ୍ଲକ ଯଥା ବଡ଼ଚଣା, ଧର୍ମଶାଳା, କୋରେଇ, ସୁକିନ୍ଦା ଓ ଦାନଗଦି ବ୍ଲକରୁ ଯୋଗ ଦେଇଥିବା ପଚାଶ ଜଣ  ଇକୋ କ୍ଲଵ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ଶୋଭୋନୀୟ ଶିକ୍ଷାଶ୍ରମ ଉଦୟଗିରିର ବରଦା ଗୁରୁମା  ଧନ୍ୟବାଦ ଅର୍ପଣ କରିଥିଲେ ଓ ପରିବେଶ କାର୍ଯ୍ୟ ପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *