ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ କାର୍ୟ୍ୟକ୍ରମ ର ଶୁଭାରମ୍ଭ

ଜଗତସିଂହପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ୟ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପସ୍ଥିତ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରିବା ନିମନ୍ତେ ସେ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ୧ ରୁ ୧୯ ବର୍ଷ ପର୍ୟ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ସିରପ ଓ ବଟିକା ସେବନ କରାଇବା ନିମନ୍ତେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ।ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.କ୍ଷେତ୍ରବାସୀ ଦାଶ ଆଜି ଦିବସ ର ମହତ୍ତ୍ୱ ପ୍ରତିପାଦିତ କରିବାକୁ ଯାଇ କହିଲେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ୧୦ ଫେବୃଆରୀ କୁ ଜାତୀୟ କୃମି ନାଶକ ଦିବସ ରୂପେ ପାଳନ କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା ୨୦ ରୁ ୨୪ ବର୍ଷ ବୟସର ସମସ୍ତ ମହିଳା ଯିଏକି (ଗର୍ବବତୀ ଓ ପ୍ରସୂତି ହୋଇନଥିବେ) ଙ୍କୁ କୃମି ନାଶକ ବାଟିକାର ସେବନ କରାଇ ଏହି ଅଭିଯାନ କୁ ସଫଳ କରାଇବା। କୃମି ଦ୍ଵାରା ସଂକ୍ରମିତ ହେଲେ ପୁଷ୍ଟିହୀନତା ,ରକ୍ତହୀନତା, ବଦହଜମୀ, ଶାରୀରିକ ତଥା ମାନସିକ ଅନଗ୍ରସରତା ଦେଖାଯିବା ସହ କାର୍ୟ୍ୟ ଦକ୍ଷତା କମିଯାଏ। ତେଣୁ କୃମି ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ କୃମି ନାଶକ ବଟିକା ସେବନ କରିବା ସାଙ୍ଗେ ପରିଷ୍କାର ପରିଚ୍ଛନ୍ନ ରହିବା, ମଳତ୍ୟାଗ ସମୟରେ ପାଇଖାନା ରେ ଚପଲ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ ସେବନ, ଖାଇବା ପୂର୍ବରୁ ହାତ ସଫା କରିବା, ନଖ କାଟିବା ଆଦି ବିଷୟରେ ଉପସ୍ଥିତ ଅତିଥି ମାନେ ସମସ୍ତଙ୍କୁ ସଚେତନ କାରାଇଥିଲେ। ଏହି ଅଭିଯାନ ଆଜି ଜିଲ୍ଲାର ୧୩୫୬ ସରକାରୀ, ବେସରକାରୀ ବିଦ୍ୟାଳୟ, ୧୭୪୨ଅଙ୍ଗନବାଡି କେନ୍ଦ୍ରରେ ଆରମ୍ଭ ହୋଇଛି। ଏହି ସମସ୍ତ ସ୍ଥାନରେ ଆଶା କର୍ମୀ, ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପସ୍ଥିତି ରେ ପିଲା ମାନଙ୍କୁ କୃମି ନାଶକ ବଟିକା ଓ ଶିରପ ଆଲବେଣ୍ଡାଜୋଲ ଖାଇବାକୁ ଦିଆଯାଇଛି। ଜିଲ୍ଲାର ୨୩୪୧୧୩ ଜଣ ୧ ରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋର,୧୯୮୦୭ ଜଣ ୨୦ ରୁ ୨୪ ବର୍ଷ ବୟସର ପ୍ରସୂତି ବା ଗର୍ଭବତୀ ହୋଇନଥିବା ପ୍ରଜନନକ୍ଷମ ମହିଳା ମାନଙ୍କୁ ଏହି ବଟିକା ଓ ଶିରପ ଦିଆଯିବାର ଲକ୍ଷ୍ୟ ଧାର୍ୟ୍ୟ ରହିଛି । ଜିଲ୍ଲା ସ୍ତରୀୟ ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଶତୃଘ୍ନ ଦାଶ, ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ବାରିକ ,ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରୁ ସଞ୍ଜିତା ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମିହିର କୁମାର ପାଲ, ଏପିଡେମିଓଲୋଜିଷ୍ଟ ଡା. ସ୍ମୃତିରଞ୍ଜନ ପଣ୍ଡା, ଡି ଭି ଏଲ୍ ଏମ୍ ଶ୍ରୀ ପାର୍ଥସାରଥୀ କର ଶର୍ମା,ହସ୍ପିଟାଲ ମ୍ୟାନେଜର୍ ସଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ସ୍ତରୀୟ କାର୍ୟ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଦୀପ୍ତିମୟୀ ଷଡଙ୍ଗୀ, ସହରାଞ୍ଚଳ ର ଆଶା, ଓ ସହକାରୀ ପରିଚାଳିକା ସୁଜାତା ପ୍ରିୟମ୍ବଦା ଦାସ ଓ ପ୍ରକାଶ କୁମାର ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ।ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ କାର୍ୟ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *