ବଡ଼ବିଲ ,୧୦/୧୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ନାର୍ଭେରମ ପାୱାର ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଦ୍ଵାରା ରୋଇଡା (୨) ଆଇରନ ଓର ମାଇନ୍ସ ରେ ୨୬ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ରୁଙ୍ଗଟା ମାଇନ୍ସ ରୁ ତରୁଣ ଚକ୍ରବର୍ତ୍ତୀ , ଘନଶ୍ୟାମ ମିଶ୍ର ମାଇନ୍ସ ର ବିକାଶ ରଞ୍ଜନ ନାଏକ ଓ ସେଲ ମାଇନ୍ସ ର ମନୋଜ କୁମାର ମାଝୀ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିଲେ ।ଖଣିର ପରିଦର୍ଶନ ସହ ନାର୍ଭେରାମ କମ୍ପାନୀ ଦ୍ଵାରା ଆୟଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ଶ୍ରୀ ଚକ୍ରବର୍ତ୍ତୀ ରଇଡ଼ା (୨) ଖଣିରେ ପରିବେଶ ସୁରକ୍ଷା ଓ ଖଣିଜ ସଂରକ୍ଷଣ ପାଇଁ କରିଥିବା ଉଦ୍ୟମ କୁ ପ୍ରଶଂସା କରିଥିଲେ । ନାର୍ଭେରାମ କମ୍ପାନୀ ର ଉପସଭାପତି ସଦାନନ୍ଦ ରଣା ଖଣିଜ ସଂରକ୍ଷଣ ଓ ପରିବେଶ କୁ କିଭଳି ଆହୁରି ଉନ୍ନତ ମାନ କରାଯାଇ ପାରିବ ତା ଉପରେ ଗୁରୁତ୍ୱ ଦେବା ସଙ୍ଗେ ଖଣି ପାରିପାର୍ଶ୍ବିକ ଗ୍ରାମ ମାନଙ୍କରେ ଜଙ୍ଗଲ ସୁରକ୍ଷା ମାନଙ୍କର ସୁରକ୍ଷା ପାଇଁ ଗ୍ରାମବାସୀ ମାନଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କମ୍ପାନୀର କର୍ମଚାରୀ ଓ ଟଣ୍ଟ ଗ୍ରାମବାସୀ ଙ୍କ ଦ୍ଵାରା ପରିବେଷଣ କରା ଯାଇଥିଲା । କାର୍ଯ୍ୟକ୍ରମରେ କମ୍ପାନୀର ଖଣି ପ୍ରବନ୍ଧକ ପ୍ରଶାନ୍ତ ମହାନ୍ତି,ସୁରକ୍ଷା ଅଧିକାରୀ ଘନଶ୍ୟାମ ବେରା,ମାନବ ସମ୍ବଳ ଅଧିକାରୀ ସରୋଜ ନାଏକ,ପ୍ରକଳ୍ପ ଅଧିକାରୀ ସରୋଜ ଦେଓ,ସାମାଜିକ ଦାୟିତ୍ଵ ବୋଧ ଅଧିକାରୀ ପୀୟୂଷ ପାଣ୍ଡେ ଓ ଭୂବିଜ୍ଞାନ ଅଧିକାରୀ ଅତନୁ ବନ୍ଦପୋଧାୟ ଉପସ୍ଥିତ ଥିଲେ ।କମ୍ପାନୀର ବରିଷ୍ଠ ପ୍ରବନ୍ଧକ ଇନ୍ଦୁ ଭୂଷଣ ମିଶ୍ର ସମସ୍ତ ଅଧିକାରୀ ଓ ଗ୍ରାମବାସୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମ୍ପର୍କ ଅଧିକାରୀ ପ୍ରଶାନ୍ତ ମହାନ୍ତି ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ।