ଇକୋ ରିଟ୍ରିଟ କୋଣାର୍କ ଠାରେ ସଫଳତାର ସହ ଶେଷ ହେଲା ପଞ୍ଚମ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପଞ୍ଚମ ଓଡ଼ିଶା ଟ୍ରାଭେଲ ବଜାରର ଶେଷ ତଥା ତୃତୀୟ ଦିବସରେ ୫୫ ଜଣ ବିଦେଶୀ ଟୁର୍ ଅପରେଟର (ଏଫଟିଓ) ଓ ଓଡ଼ିଶାର ୫୦ରୁ ଅଧିକ ବିକ୍ରେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଆଲୋଚନା, ନେଟୱାର୍କିଂ ସୁଯୋଗ ଏବଂ ସମ୍ଭାବ୍ୟ ଯାତ୍ରୀଙ୍କ ନିକଟରେ ଏହି ଗନ୍ତବ୍ୟସ୍ଥଳ ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ବିବିଧ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶିତ କରାଯାଇଥିଲା ।

କାର୍ଯ୍ୟକ୍ରମର ତୃତୀୟ ଦିନରେ ବେଲଜିୟମ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ନେଦରଲାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କା, ଥାଇଲାଣ୍ଡ, ତୁର୍କୀ, ବ୍ରିଟେନ ଏବଂ ଭିଏତନାମ ସମେତ ୧୬ଟି ଦେଶର ୫୫ ଜଣ ବିଦେଶୀ ଟୁର୍ ଅପରେଟର ଅଂଶଗ୍ରହଣ କରିଥିଲେ ।

ଗଠନମୂଳକ ବୈଠକ ପରେ, ବିଦେଶୀ ଟୁର୍ ଅପରେଟରମାନଙ୍କ ପାଇଁ ଚିହ୍ନାପରିଚିତ (ଫ୍ୟାମ) ଭ୍ରମଣ ମଧ୍ୟ ଆୟୋଜନ କରାଯାଇଛି । ଏହି ଭ୍ରମଣଗୁଡିକ ଏଫଟିଓମାନଙ୍କୁ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୈବ ବିବିଧତା ଏବଂ ଅନନ୍ୟ ପର୍ଯ୍ୟଟନ ଅନୁଭୂତିର ପ୍ରାଥମିକ ଅନୁଭୂତି ପ୍ରଦାନ କରିବ, ଯାହା ଦ୍ୱାରା ସେମାନଙ୍କର ବୁଝାମଣା ଏବଂ ସାମର୍ଥ୍ୟ ବୃଦ୍ଧି ପାଇବ । ଏଫଏଟିଓମାନଙ୍କୁ ରଘୁରାଜପୁର, ପିପିଲି, ଧଉଳି ଶାନ୍ତି ସ୍ତୁପ, ଇକୋ ରିଟ୍ରିଟ ସାତକୋଶିଆ ଓ ଭିତରକନିକାକୁ ଫାମ ଟ୍ରିପରେ ନିଆଯିବ ।

                                                                                    -0-

Leave a Reply

Your email address will not be published. Required fields are marked *