ସତ୍ୟନଗର ଲେଡିଜ୍ ଫୋରମ୍ ଓ ଆପୋଲୋ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ମହିଳା ମାନଙ୍କ ର ଲୋହିତ ରକ୍ତ କଣିକା ର ପରୀକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡିଜ୍ ଫୋରମ୍ ଓ ଆପୋଲୋ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ଆଜି ୧୦ ଫେବୃଆରୀ ସକାଳ ୮ଟା ସମୟ ରେ ଗାଡକଣ ଠାରେ ମହିଳା ମାନଙ୍କ ର ଲୋହିତ ରକ୍ତ କଣିକା ର ପରୀକ୍ଷା କାର୍ଯ୍ୟକ୍ରମ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ ମହିଳା ମାନଙ୍କ ର ଲୋହିତ ରକ୍ତକଣିକା ର ପରୀକ୍ଷା କରାଯାଇଥିଲା । ଏତଦ୍ ବ୍ୟତୀତ ୧୦୦ ଜଣ ପୁରୁଷ ଓ ମହିଳାଙ୍କ ର ଇ ସି ଜି ପରୀକ୍ଷା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ସୋଭେଦିତା ରାୟ, ସରିତା ପଟ୍ଟନାୟକ, ରୀନା ନାୟକ, କାଜଲ ମହାପାତ୍ର ଯୋଗଦାନ କରିଥିଲେ, ଗାଡକଣ ଓମ୍ ସାଇ ବିହାର ର କର୍ପୋରେଟର ଯୋଗଦାନ କରିଥିଲେ । ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *