ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୨୩ ତାରିଖ
ଭୁବନେଶ୍ୱର,୧୧/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଖୁବ ଶୀଘ୍ର ମହାନଦୀ ଜଳ ବିବାଦ ମାମଲାର ସମାଧାନ ହୋଇପାରେ ।ଏହି ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି । ଏଜି ପୀତାମ୍ବର ଆଚାର୍ଯ୍ୟ ଆଜି ଶନିବାର ଏହି ସୂଚନା ଦେଇଛନ୍ତି । ମାମଲାର ସମାଧାନ ପାଇଁ ଓଡ଼ିଶା ସରକାର ଦେଇଥିବା ପ୍ରସ୍ତାବ ଉପରେ ଛତିଶଗଡ଼ ମୋହର ମାରିଛି ।
ଏନେଇ ଟ୍ରିବୁ୍ୟନାଲଙ୍କ ସମ୍ମୁଖରେ ଛତିଶଗଡ଼ ସରକାର ସ୍ପଷ୍ଟ କରିଛନ୍ତି । ସହମତି ଆଧାରରେ ଟ୍ରିବୁ୍ୟନାଲ ଛତିଶଗଡ଼ ଠାରୁ ଲିଖିତ ପ୍ରତିଶ୍ରୁତି ମାଗିଛନ୍ତି । ଲିଖିତ ପ୍ରତିଶ୍ରୁତି ଆଗାମୀ ଶୁଣାଣି ପୂର୍ବରୁ ଦେବାକୁ ନିର୍ଦେଶ ଦେଇଛନ୍ତି । ଶନିବାରର ଶୁଣାଣି ଗତ ୮ ବର୍ଷର ଶୁଣାଣି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଥିଲା । ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୨୩ ତାରିଖ ଧାର୍ଯ୍ୟ ହୋଇଥିବା ସୂଚନା ଦେଇଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ ।
