ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ  ପୂଜା ମଣ୍ଡପ ପରିଦର୍ଶନ ଓ ଭୋଗ ହାଣ୍ଡି ପ୍ରଦାନ

ଫୁଲନଖରା ୧୫/୧୦ (ଅନୁପମ ମିଡିଆ) କଟକ ସଦର ଥାନା ଅଞ୍ଚଳରେ ନୂତନ କରି ଗଢ଼ିଉଠିଥିବା ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ ଚଳିତ ବର୍ଷ ସାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବାରେ  ସକ୍ଷମ ହୋଇଛନ୍ତି । ଚଳିତ ବର୍ଷ କଟକ ସଦର ଥାନା ଅଞ୍ଚଳରେ ମୋଟ ୨୨ ଗୋଟି ପୂଜା କମିଟି ପୂଜା ପ୍ରସ୍ତୁତ କରିଥିଲେ । ସେଥି ମଧ୍ୟରୁ ୬ ଗୋଟି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିବା ବେଳେ ୧୬ଗ ଗୋଟି ସ୍ଥାନରେ ମହାଦେବ ଙ୍କ ପୂଜା କରାଯାଇଥିଲା । ଏହି ସମସ୍ତ ପୂଜା କମିଟି ସହ ସମନ୍ୱୟ ରକ୍ଷାକରି ଆଞ୍ଚଳିକ ଶାନ୍ତି କମିଟି ପୂଜାକୁ ଶୃଙ୍ଖଳିତ କରିବାକୁ ସମସ୍ତ ପ୍ରକାର ପରଦକ୍ଷେପ ଗ୍ରହଣ କରାଯାଇଥିଲା । ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ ପ୍ରତ୍ୟେକ ପୂଜା ମଣ୍ଡପ ପରିଦର୍ଶନ କରିବା ସମୟରେ ସମ୍ପୃକ୍ତ କମିଟି  ସଭାପତି ଓ ସମ୍ପାଦକ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଧିତ କରାଯାଇ ଭୋଗ ହାଣ୍ଡି ପ୍ରଦାନ କରାଯାଇଥିଲା ।  ଏହି ମଣ୍ଡପ ପରିଦର୍ଶନ କାର୍ଯ୍ୟକ୍ରମରେ କମିଟିର ସଭାପତି ନିମାଇଁ ଚରଣ ଲେଙ୍କା , କାର୍ଯ୍ୟକାରୀ ସଭାପତି ପ୍ରମୋଦ ସ୍ବାଇଁ, ସ୍ବାଧୀନ ଚେତା ମହାନ୍ତି, ସମ୍ପାଦକ ସୁରେନ୍ଦ୍ର ନାଥ ମହାପାତ୍ର, ଯୁଗ୍ମ ସମ୍ପାଦକ ନଳିନୀ ସେନାପତି, କୋଷାଧ୍ୟକ୍ଷ ସୁଶାନ୍ତ ମହାନ୍ତି, ସହ କୋଷାଧ୍ୟକ୍ଷ ବାଦଲ କୁମାର ଜେନା, ଆଇନ ପରାମର୍ଶଦାତା ଦିଲ୍ଲିପ ମହାରଣା, ସଦସ୍ୟ ଆଦିତ୍ୟ ଛୋଟରାୟ ପ୍ରମୁଖ ସାମିଲ ହୋଇଥିଲେ । ସମସ୍ତ ମଣ୍ଡପ ପକ୍ଷରୁ ଶାନ୍ତି କମିଟି କର୍ମକର୍ତ୍ତା ମାନଙ୍କୁ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *