ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୦/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି  ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାଯ୍ୟକାରିଣୀ କମିଟି ବୈଠକ  ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବୀରେନ୍ଦ୍ର କର୍କରା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ତଥା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ କାଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଉପସ୍ଥିତ ଥିଲେ ।

ଏଥିସହ ଶ୍ରୀମତୀ ନିବେଦିତା ପାଣି,  ଅତିରିକ୍ତ ନିର୍ଦ୍ଦେଶିକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଶ୍ରୀମତୀ ଶୁଭ୍ରବାଳା ବେହେରା, ସମ୍ପାଦକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା, ଶ୍ରୀଯୁକ୍ତ ଚନ୍ଦ୍ରମଣି ନାୟକ, ସମ୍ପାଦକ, ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ, ମୁରଲୀ ଧର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ସୁନ୍ଦରଗଡ଼, ସୋନାମିକା ରାୟ,  ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଖୋର୍ଦ୍ଧା, ଶ୍ରୀ ନୀଳାଦ୍ରି ବିହାରୀ ଦାଢ଼ିଆ,  ଅର୍ଥ ଅଧିକାରୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ଏବଂ ସମସ୍ତ ଜିଲ୍ଲାର ଶାରୀରିକ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ ଜ୍ୟୋତି ପ୍ରସାଦ ପରିଡା, ସହକାରୀ ନିର୍ଦ୍ଦେଶକ(ଶାରୀରିକ ଶିକ୍ଷା )ବାର୍ଷିକ ବିବରଣୀ ସମେତ ୨୦୨୫-୨୬ ବର୍ଷର ବ୍ୟୟ ଖର୍ଚ୍ଚ,  ୨୦୨୬-୨୭ ବର୍ଷର ବ୍ୟୟ ଅଟକଳ ଓ ବାର୍ଷିକ କ୍ରୀଡ଼ା ପଞ୍ଜିକା ଉପସ୍ଥାପିତ  କରିଥିଲେ ।  ଉକ୍ତ ବୈଠକରେ ଶ୍ରୀଯୁକ୍ତ ଭାଗିରଥି ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *