ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ, ୧ ମୃତ

ବୌଦ୍ଧ,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଏବଂ ଛତ୍ରପୁର ଗ୍ରାମ ମଧ୍ୟ ଭାଗରେ ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଗୋଦାମ ଘର ଛାତ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଏହା ସହିତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ/ତିନିଜଣ ଆହତ ହୋଇଥିବା ଜଣାପଡ଼ଛି। ମୃତକ ଲକ୍ଷ୍ମୀଧର ବେହେରା ।

ଅନ୍ୟପଟେ ଏଭଳି ବଡ଼ଧରଣର ବସ୍ଫୋରଣ ଯୋଗୁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ଘରଦ୍ୱାର ଗାଡ଼ି ଶୋରୁମ ସହିତ ଦୋକାନ ଥରି ଘରର କାଚ ଭାଙ୍ଗିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମ ବାହିନୀ, ପୁରୁଣାକଟକ ପୋଲିସ ପହଞ୍ଚି ସର୍ଚ୍ଚ ଅପରେଶନ ସହିତ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ଏଭଳି ଘଟଣା ପରେ ସମ୍ପୃକ୍ତ ଗାଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏଭଳି ବଡ଼ଧରଣର ବିସ୍ଫୋରଣ ଯୋଗୁଁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ଗାଡି ସୋରୁମ ସହିତ ଦୋକାନ ଘର କାଚ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଖବର ପାଇ ହରଭଙ୍ଗା ଅଗ୍ନିଶମ ବାହିନୀ ଏବଂ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏଭଳି ଘଟଣା ପରେ ସମ୍ପୃକ୍ତ ଗାଁରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *