ସାଲେପୁର ୦୭/୦୭/୨୦୨୬ (ଓଡିଶା ସମାଚାର / ଅଭୟ ଜେନା)-କଟକ ଜିଲ୍ଲା ସାଲେପୁର ବ୍ଲକ ଗୋପୀନାଥପୁର ସେଣ୍ଟ ଜାଭିୟରସ ହାଇସ୍କୁଲ କୁ ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମିତ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମ୍ମାନ ଜନକ ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ହୋଇଅଛି ।
୭୭ତମ ଜିଲ୍ଲାସ୍ତରୀୟ ବନମହୋତ୍ସବ ଅବସରରେ କଟକ ଚୌଦ୍ୱାରର ବାଣୀପଦା ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକର ବିଧାୟକ ସୌଭିକ୍ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ କଟକ ବନଖଣ୍ଡ ଅଧିକାରୀ ଅନୀଲ କୁମାର ରାୟ, ସମ୍ମାନୀତ ଅତିଥି ଭାବେ ଡାଳିଯୋଡା ବନାଞ୍ଚଳ ଅଧିକାରୀ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସେଣ୍ଟଜାଭିୟର ହାଇସ୍କୁଲର ଅଧ୍ୟକ୍ଷା ଦେବସ୍ମିତା ମିଶ୍ର ରାଜ୍ୟ ସରକାରଙ୍କ ପ୍ରକୃତିମିତ୍ର ପ୍ରମାଣପତ୍ର ସହ ୨୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଥିଲେ ।
ବିଦ୍ୟାଳୟର ଏତାଦୃଶ ସମ୍ମାନ ଜନକ ପ୍ରମାଣପତ୍ର ପ୍ରାପ୍ତିରେ ପରିବେଶବିତ୍ ପ୍ରମୋଦ କୁମାର ଦାଶ, ଶିକ୍ଷକ ପ୍ରଦୀପ୍ତ କୁମାର ଦାଶ, ଦିପ୍ତିକାନ୍ତ ଜେନା, ଦିପ୍ତିମୟୀ ବାରିକ, ଦୁର୍ଗାପଦ ନାୟକ, ପ୍ରିୟଙ୍କା ମହାନ୍ତି, କୃଷ୍ଣା ମହାରଣା, ସୁଜାତା ଶତପଥି, ଅର୍ପିତା ପରିଡା, ଯଶୋବନ୍ତୀ ଭୂୟାଁ, ରାଜଶ୍ରୀ ମହାନ୍ତି, ଭାରତୀ ଶତପଥି, ସୋମାସାଗରିକା କୁଣ୍ଡୁ, ଚିନ୍ମୟୀ ଦାସ,ଫରାତ ଆରା, ମଧୁସ୍ମିତା ନାୟକ, ଡଲିପ୍ତା ଦାସ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଅଭିଭାବକ, ସ୍ଥାନୀୟ ନେତୃବୃନ୍ଦ, ଶିକ୍ଷାବିତ୍ ତଥା ସାଲେପୁର ବ୍ଲକର ବିଭିନ୍ନ ଶୈକ୍ଷିକ ମହଲର ବିଶିଷ୍ଟ ବ୍ୟକ୍ତି ବିଶେଷ ଆନନ୍ଦବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ବିଦ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା କ୍ଷେତ୍ରରେ ବିବିଧ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଅନୁଷ୍ଠାନ ସ୍ପଷ୍ଟୀକରଣ ଦେଇଅଛି । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଇକୋ ସ୍କୁଲର ମାନ୍ୟତା ପ୍ରାପ୍ତ ହୋଇସାରିଛି ।
