ଜିଲା ସ୍ତରୀୟ ଏକ ପେଡ ମା କେ ନାମ ବିଶାଳ ଚାରାରୋପଣ ଅଭିଯାନ

କେନ୍ଦ୍ରାପଡ଼ା,୧୭/୦୯/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲା ସ୍ତରୀୟ “ଏକ ପେଡ ମା କେ ନାମ ତଥା “ମା ପାଇଁ ଗଛଟିଏ” ଏକ ବିଶାଳ ଚାରାରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।

ରାଜନଗର ବ୍ଲକ ପେଣ୍ଠ ସମୁଦ୍ରକୂଳ ବର୍ତୀ ଦୋବନ୍ଧି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲାପାଳ ରଘୁରାମ ଆର. ଆୟର,ରାଜନଗର ଡିଏଫଓ ଭରଦରାଜ ଗାଉଁକର, ଉପଜିଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହିତ ଆଜି ସମସ୍ତ ସରକାରୀ ବିଭାଗ ସହିତ ବ୍ୟାଙ୍କ, ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ, ପୋଲିସ ପ୍ରଶାସନ, ଏସଏଚଜି ମହିଳା, ଅଙ୍ଗାବାଡି କେନ୍ଦ୍ର, ଜନପ୍ରତିନିଧି, ସମସ୍ତବର୍ଗର ସାଧାରଣ ଜନତା ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *