କଟକ ପାରାଦୀପ ରାଜ୍ୟ ରାଜପଥ ଫାଟିକି ଆଁ,ଆଁ ଭିତରେ ପଡ଼ୁଛନ୍ତି ବାଇକ୍ ଆରୋହୀ

କଟକ ସଦର, ୦୩/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ପୂର୍ତ୍ତ ବିଭାଜନ ଅଧିନସ୍ଥ କଟକ-ପାରାଦୀପ ୧୨ ନମ୍ବର ରାଜ୍ୟ ରାଜପଥର ପାରାଵିଲ୍ ୧୫ କିମି ଠାରୁ କମରପଦା ୧୬ କିମି ପର୍ଯ୍ୟନ୍ତ ଢଳେଇ ରାସ୍ତାର ମଝି ଫାଟିକି ଆଁ କରିଛି। ପ୍ରତ୍ୟେକ ଦିନ ଏହି ଆଁ ଭିତରେ ପଶି ବାଇକ୍ ଆରୋହୀ ମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ଦେଖାଯାଉଛି।

ଏହି ଫଟା ଆଁ କୁ ଘୋଡେ଼ଇଵା ପାଇଁ ଆଁ ଉପରେ ଯେତେ ପିଚୁ ଢଳା ଗଲେ ମଧ୍ୟ ତାହା ଯଥା ପୂର୍ବଂ ତଥା ପରମ ଅବସ୍ଥାରେ ରହିଛି। ଏହି ରାସ୍ତା ଦେଇ ପ୍ରତ୍ୟହ ବହୁ ଯନ୍ତ୍ରୀ ମନ୍ତ୍ରୀ, ବିଧାୟକ, ସାଂସଦ ଓ ପ୍ରଶାସନିକ ଅଧିକାରୀ ମାନେ ଯାତାୟାତ କରୁଥିବା ବେଳେ ଏହି ଆଁ ପ୍ରତି କାହାର କେମିତି ନଜର ପଡ଼ୁନାହିଁ ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି କଟକ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

Leave a Reply

Your email address will not be published. Required fields are marked *