କଟକ ସଦର, ୦୩/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵାରଦା ପାଟରା ସାହିର ଧର୍ମପରାୟଣ ମହିଳା ତଥା ସାଇ ଆଶ୍ରିତ ଉର୍ବଶୀ ସାହୁ (୬୨) ଙ୍କର ହୃଦଘାତରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ୱ।ମୀ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଦାମୋଦର ସାହୁ, ପୁତ୍ର ଡାକ୍ତର ଉଦିତ୍ ସୈ।ରଭ ସାହୁ, ବୋହୂ ଡାକ୍ତର ଲେପାକ୍ଷୀ ମଞ୍ଜରୀ ସାହୁ,ନାତି ଅଦ୍ୟୈତ ମୋହମ ପ୍ରମୁଖ ଉପସ୍ଥିତ ଥିଲେ।
ତାଙ୍କ ମୃତ୍ୟୁରେ ସ୍ଥାନୀୟ ଶାଶୁଘର ଵାରଦା ସହିତ ଜନ୍ମସ୍ଥାନ କିଶନନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାଲ୍ୟ ବନ୍ଧୁଙ୍କ ପତ୍ନୀଙ୍କ ବିୟୋଗରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି। ମରଶରୀରକୁ ସିଏ ରହୁଥିବା ନୂଆଵଜାର ପୋତା ପୋଖରୀ ରୁ ଵାରଦା ନିଆଯାଇ ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।
