ରାଜ୍ୟରେ ଆଉ ୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ଙ୍କ  ସଂଖ୍ୟା ୧୧କୁ ବୃଦ୍ଧି, ପ୍ରଥମ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୦୧/୦୬/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶାରେ ଆଉ ୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପରୀକ୍ଷା ପରେ ସେମାନେ କରୋନା ସଂକ୍ରମିତ ଥିବା ଜଣାପଡିଛି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁ ୧୧କୁ ବୃଦ୍ଧି ପାଇଛି।

ଅନ୍ୟ ପକ୍ଷରେ ଶନିବାର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉଥିବା କୁହାଯାଇଛି। ମୃତକ ଖଣ୍ଡଗିରି ଅଞ୍ଚଳର ଜଣେ ୮୦ ବର୍ଷୀୟ ବରିଷ୍ଠ ନାଗରିକ । କିଛି ଦିନ ତଳେ ଅନ୍ୟ ରାଜ୍ୟ ବୁଲି ଫେରିବା ପରେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ପରିବାର ଲୋକ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରୀକ୍ଷା କରାଇଥିଲେ। ସେଠାରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ଏବଂ ତାଙ୍କୁ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।

ସେ ଘରେ ରହି ଚିକିତ୍ସିତ ହେଉଥିଲେ।  ସେ ବିଭିନ୍ନ ଜଟିଳ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହେବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଏହା ସହିତ ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି। ତେବେ ସେ ଥିଲେ ରାଜ୍ୟରେ ଚଳିତବର୍ଷର ପ୍ରଥମ କରୋନା ସଂକ୍ରମିତ ଏବଂ ତାଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *